ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

 

ଶ୍ରୀ ବିଦ୍ୟାଧର ମହାନ୍ତ

ଆହେ ପ୍ରଭୂ ଜଗନ୍ନାଥ
ତୁମେ ଫୁଲ ହୋଇ ଫୁଟୁଛ ଗଛରେ 
କରି କେତେ ରୂପ ଜାତ |୦|
ଫୁଲରେ ସାଜିଛ ନିଜେ ରୁପବାସ
ଫଳରେ ତୁମ୍ଭେ ଅମୃତ
ଯାହା ଦେଖୁଅଛି ଦୁନିଆଟା ସାରା
ସବୁତ ତୁମରି କୃତ |୧|
ନିଜେ ଫଳ ମଧ୍ୟେ ବୀଜ ରୁପେ ଥାଅ
ନିଜେ ଜନ୍ମ ଚାରା ହୋଇ
ଯେ ଯାଏ ମାଟିରେ ନପଡ଼ିଛ ପ୍ରଭୂ
ସୁଖେ ଥାଅ ଫଳେ ଶୋଇ |୨|
ମାଟିରେ ପଡ଼ିଲେ ପାଣି ପବନରୁ
ଶକ୍ତି ଆଣି ନିରନ୍ତର
ନାନା ଖାଦ୍ୟ ଦ୍ରବ୍ୟେ ବଢି ଜଗତରେ
ଦିଶ କେତେ ମନୋହର |୩
ନାନା ଶାଖା ପତ୍ରମେଲାଇ ଶାଖାରେ
ନିତି ତୁମେ ହସୁଥାଅ
କେତେ ଜାତି ମହୁ ମାଛି ପ୍ରଜାପତି 
ଖେଳା ଲୀଳା ଭଲ ପାଅ |୪|
ଜାଣିଛିରେ ଜଗା ତୁମେ ଦାରୁ ବ୍ରହ୍ମ
ତୁମେ ସତ୍ୟ ସନାତନ 
ବୋଲେ ବିଦ୍ୟାଧର ତେଣୁ ନିରନ୍ତର
କରେ ପଦେ ବନ୍ଦା ପନ |୫|

    ତମ୍ବାହରା 

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

Related posts

ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଖମାରୀଙ୍କ ପରଲୋକ, ୮୧ ବର୍ଷ ରେ ଖଡ଼ିଆଳ ମିଶନରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ 

Sunil Chandra Nayak

ପ୍ରେମ ର ନାଟକ ରେ ଗର୍ଭବତୀ ପରେ ଯୁବତୀ ଙ୍କୁ ପ୍ରତାରଣା କରି ହତ୍ୟା

Sunil Chandra Nayak

ଵାତୋ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ପାଳିତ

Sunil Chandra Nayak

Leave a Comment

error: Content is protected !!