ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁରରେ ମା ଦୂର୍ଗାଙ୍କ ନବଦିନାତ୍ମକ ପୂଜା

ମ.ରାମପୁର, ୨୭/୯ (ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ ଛକ(ଶ୍ରୀରାମକୃଷ୍ଣ ଆଶ୍ରମ ନିକଟ) ରେ ଆରମ୍ଭ ହେଇଛି ମାଁ ଦଶଭୂଜାଙ୍କ ନବଦିନାତ୍ମକ ପୂଜା । ଏଥି ଯୋଗୁଁ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ଦେଖାଦେଇଛି l ଚଳିତ ବର୍ଷ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିବା ଏହି ପୂଜାରେ ସନ୍ଧ୍ୟାରେ ଭକ୍ତଙ୍କ ବହୁଳ ସମାଗମ ଦେଖିବାକୁ ମିଳୁଛି । କର୍ତ୍ତା ଦାୟିତ୍ୱ ସତ୍ୟ ନାରାୟଣ ପଣ୍ଡା ସଂପାଦନ କରୁଥିବା ବେଳେ ନବରାତ୍ର ପୂଜା କମିଟି ତଥା ଯୁବଗୋଷ୍ଠୀଙ୍କ ଦ୍ୱାରା ଏହି ପୂଜା ପରିଚାଳିତ ହେଉଛି । ଠିକ ସେହିପରି ମ.ରାମପୁର ନିକଟସ୍ଥ କେନ୍ଦୁଘାଟି ବନ ଦୁର୍ଗା ମନ୍ଦିରରେ ମଧ୍ୟ ଆରମ୍ଭ ହେଇଛି ନବରାତ୍ର ପୂଜା । କର୍ତ୍ତା ଭାବରେ ସର୍ବେଶ୍ୱର ମିଶ୍ର ଦାୟିତ୍ୱ ସଂପାଦନ କରୁଥିବାବେଳେ ଏଠାରେ ମୁଖ୍ୟ ପୂଜକ ରହିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର । ପ୍ରତ୍ୟହ ଦିନ ବେଳେ ଓ ରାତିରେ ପୂଜାର୍ଚ୍ଚନା ପରେ ମାଁଙ୍କ ପାଖରେ ଭୋଗ ଲାଗି କରାଯାଇ ଭକ୍ତଙ୍କ ପାଇଁ ଏଠାରେ ଭୋଗ ବ୍ୟବସ୍ଥା କରାଯାଉଥିବାବେଳେ ଏଠାରେ ମଧ୍ୟ ରାତିରେ ଭକ୍ତଙ୍କ ପ୍ରବଳ ସମାଗମ ଧୀରେ ଧୀରେ ବଢିବାରେ ଲାଗିଛି । ବନଦୁର୍ଗା କମିଟୀ ତରଫରୁ ସମସ୍ତ ସଭ୍ୟ ଏହି ପୂଜା କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରୁଛନ୍ତି । ମ.ରାମପୁର ଗାୟତ୍ରୀ ମନ୍ଦିରଠାରେ ମଧ୍ୟ ନବରାତ୍ର ପୂଜା ମହାସମାରୋହରେ ପାଳିତ ହେଉଥିବାବେଳେ ପ୍ରତ୍ୟହ ସନ୍ଧ୍ୟାରେ ଭକ୍ତଙ୍କ ନିମନ୍ତେ ପୂଜାର୍ଚ୍ଚନା ପରେ ଭୋଗ ବଣ୍ଟନ କରାଯାଉଥିବାବେଳେ ଗାୟତ୍ରୀ ପରିବାର ଏହି ପୂଜାର ଦାୟିତ୍ୱ ସଂପାଦନ କରୁଛନ୍ତି । ଠିକ ସେହିପରି ପୁରୁଣା ତଥା ପ୍ରଥମ କାମନା ଦଣ୍ଡପୀଠ ତଳସାଗରପଡ଼ା ମାଁ କାଳୀ ମନ୍ଦିରେ ମଧ୍ୟ ମାଁଙ୍କ ନବରାତ୍ର ପୂଜା,ଜପ,ତପ ଚାଲୁରହିଥିବା ଜଣାଯାଇଛି । ଏଠାରେ ଦଣ୍ଡପୀଠ କମିଟୀର ଗୁରୁ ପଦ୍ମ ଲୋଚନ ମହାଖୁଡ଼ଙ୍କ ସମେତ ସମସ୍ତ ସଦସ୍ୟ ପୂଜା ସଂପାଦନରେ ସହଯୋଗ କରୁଛନ୍ତି । ଏଥିସହିତ ମ.ରାମପୁର,ବାରବନ୍ଧା,ଉର୍ଲାଦାନୀ, ମଦନପୁର, ମୋହନଗିରୀ,ମୁଡ଼ିଙ୍ଗ, ଗୋଚ୍ଛାଡ଼େଙ୍ଗେନରେ ମାଁଙ୍କ ପୂଜା ପାଇଁ ପ୍ରସ୍ତୁତି ଜୋର ଧରିଥିବା ଦେଖାଯାଇଛି । 

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ

Sunil Chandra Nayak

ମହୁରି ପରିବାରର ଶାରଦୀୟ ମହାମିଳନ

Sunil Chandra Nayak

ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!