ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସ୍ତା ଲାୟନ୍ସ କ୍ଲବ ପକ୍ଷରୁ ୧୫ ତମ ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ଵର, ୦୧/୯/୨୨- ବସ୍ତା ଲାୟନ୍ସ କ୍ଲବ ଆଗାମି ଦିନରେ ବିଭିନ୍ନ ଜନହିତକର କାର୍ଯ୍ଯ ହାତକୁନେବା ସହିତ ଅଳ୍ପ ଦିନ ମଧ୍ଯରେ ଚକ୍ଷୁ ପରିକ୍ଷଣ କେନ୍ଦ୍ର ସ୍ଥାପନ କରି ଜନସାଧାରଣଙ୍କୁ ସେବା ଯୋଗାଇବାର ମହତ୍ବ ଉଦ୍ଦେଶ୍ଯ ନେଇ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଷାଠିଏ ନମ୍ବର ଜାତୀୟ ରାଜ ପଥ କଟିପୋଲ ନିକଟ ପ୍ରିନ୍ସ କଲ୍ଯାଣ ମଣ୍ତପ ସଭାଗୃହରେ ବସ୍ତା ଲାୟନ୍ସକ୍ଳବର ୧୫ତମ ପ୍ରତିଷ୍ଠା ଦିବସରେ ମତପ୍ରକାଶ ପାଇଛି । ଲାୟନ୍ସ କ୍ଲବର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଙ୍କ ପୌରୋହିତ୍ଯରେ ମୁଖ୍ଯଅତିଥି ଭାବେ ପ୍ରତିଷ୍ଠାତା ଭଗବାନ ଗୁପ୍ତା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଆରସି ମମତା ଦାସ, ମନିଷା ଦାସ, ବାଲେଶ୍ବର ଉମଙ୍ଗର ସଭାପତି ବନିତା ମହାନ୍ତି, କ୍ରିଷ୍ଣା ଦାସ, ଜୋନ ଚେୟାରମ୍ଯାନ ନବିନ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବତନ କ୍ଲବର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ପରିବର୍ତ୍ତେ ନୂତନ କ୍ଲବ ସଭାପତି ଭାବେ ଅବସର ପ୍ରାପ୍ତ ପୁଲିସ ଏଏସପି ଅସିତ୍ କୁମାର ମହାନ୍ତି ଓ ସେକ୍ରେଟେରୀ ଅମର କୁମାର ପାଳଙ୍କ ପରିବର୍ତ୍ତେ ସମାଜସେବୀ ସୁମନ୍ତ କୁମାର ଜେନା ସର୍ବସମ୍ମତି କ୍ରମେ ମନୋନିତ ହୋଇଛନ୍ତି ।ଏ ନେଇ କ୍ଲବ ପକ୍ଷରୁ ଏକ ସଭାର ଆୟୋଜନ ହୋଇଥିଲା । ନୂତନ ସଦସ୍ଯ ଭାବେ ସମାଜସେବୀ ଦିଲ୍ଲୀପ କୁମାର ମହାନ୍ତି, ସୁଭ୍ରାଶୁଂ କୁମାର ଦାସ ଓ ନବେନ୍ଦୁ ପ୍ରଧାନଙ୍କୁ କ୍ଲବର ନୂତନ ଭାବେ ନିର୍ବାଚିତ ସଭାପତି ଓ ସମ୍ପାଦକ ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅମର କୁମାର ପାଳ ବାର୍ଷିକ ବିବରଣୀ ପାଠ କରିଥିଲେ । କ୍ଲବର କ୍ଯାବିନେଟ ମେମ୍ବର ବାସୁଦେବ ପ୍ରଧାନ ମଞ୍ଚ ପରିଚାଳନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ଯକ୍ରମରେ କ୍ଯାବିନେଟ ମେମ୍ବର ସତ୍ଯ ନାରାୟଣ କର୍ଣ୍ଣାନୀ, ସତ୍ଯନାରାୟଣ ଗୁପ୍ତା, ସୁନିଲ କର୍ଣ୍ଣାନୀ, ବିଜୟ କୁମାର ପରିଡା, ଇନ୍ଦ୍ରଜିତ ଘୋଷ, ନବେନ୍ଦୁ ପ୍ରଧାନ, ନିରଞନ ସାମଲଙ୍କ ସମେତ କ୍ଲବର ୧୮ଜଣ ସଦସ୍ଯ ଓ ଗଣମାଧ୍ଯମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଶେଷରେ ସୁନିଲ କୁମାର କର୍ଣ୍ଣାନୀଙ୍କ ଧନ୍ଯବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ପ୍ରେମଶିଳା ବେହେରା ଙ୍କ କବିତା କେଁ କିଛୁ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଗଭର୍ଣିଂ ବଡି ବୈଠକ ଅନୁଷ୍ଠିତ

Sunil Chandra Nayak

ସମ୍ବର୍ଦ୍ଧିତ ହେବେ ସହିଦ ପରିବାର

Sunil Chandra Nayak

Leave a Comment

error: Content is protected !!