ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

ପୋଲିସ ପ୍ରଶାସନ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଙ୍କ ଅନୁପସ୍ଥିତିରେ ବୈଠକ ଶେଷ

ଧର୍ମଗଡ ଠାରେ ସଂପ୍ରତି ଚାଲିଥିବା ଜଗତ ଜନନୀ ମା ଦୁର୍ଗା ଙ୍କ ନବ ଦିନାତ୍ମକ ପୂଜା ପାଇଁ ଧର୍ମଗଡ ବ୍ଲକ ସମ୍ମିଳନୀ ଗୃହ ଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସହ ଜିଲ୍ଲାପାଳ ଚିନ୍ମୟ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଦୂର୍ଗାପୂଜା କମିଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଧର୍ମଗଡ ଠାରେ ଶକ୍ତି ମଣ୍ଡପ ଓ ବସ୍ତିପଡା ସାର୍ବଜନୀନ ଦୁର୍ଗାପୂଜା କମିଟି ର ନବ ଦିନାତ୍ମକ ପୂଜା ଗତ ୨୬ ତାରିଖ ଠାରୁ ସେମାନଙ୍କ ର ପୂଜା ଆରମ୍ଭ ହୋଇ ସାରିଛି। ଚରିଛକ ଓ ଗୋରୁ ବଜାର ର ପୂଜା ଆସନ୍ତା ୧ ତାରିଖ ଠାରୁ ଆରମ୍ଭ ହେବ। କୋଭିଡ ମହାମାରୀ ଯୋଗୁଁ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଏଥର ପୂଜା ହେଉଥିବାରୁ ବହୁତ ଜନ ସମାଗମ ହେବ ତେଣୁ ସହରରେ ଭିଡ କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପହରା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଦୁଇ ଓ ଚାରିଚକିଆ ଯାନ ବାହାନ ପାଇଁ ପାର୍କିଂ ବ୍ୟବସ୍ଥା, ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇ ଅସାମାଜିକ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା, ସର୍ବ ସାଧାରଣ ସ୍ଥଳରେ ସଫେଇ କରାଯିବା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଶକ୍ତି ମଣ୍ଡପ ପକ୍ଷରୁ ବିଜୟା ଦଶମୀ ଦିନ ରାବଣ ପୋଡ଼ି ଓ ବସ୍ତିପଡା ରେ ମା ଭଣ୍ଡାରଘରଣୀ ଦେବୀଙ୍କ ବାର୍ଷିକ ଦଶରା ଉତ୍ସବ ରେ ପ୍ରବଳ ଭିଡ଼ ହେଉଥିବାରୁ ସେହି ସ୍ଥାନରେ ଓ ମେଢ ବିସର୍ଜନ ସମୟରେ ଶାନ୍ତି ଶୃଙ୍ଖଳା ଦିଗରେ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକରେ ଅବକାରୀ ବିଭାଗର ସବ୍ ଇନସପେକ୍ଟର ଅଜୟ କୁମାର ନାଏକ, ବସ୍ତି ପଡା ପୂଜା କମିଟିର ଅଜିତ କୁମାର ସାହୁ, ପ୍ରଦୀପ କୁମାର ନାଏକ, ଚାରିଛକ୍ ପୂଜା କମିଟିର ସଞ୍ଜୟ କୁମାର ପଣ୍ଡା ଓ ଧନିଷ୍ଠ ଲହଜଲ ଗୋରୁ ବଜାର ପୂଜା କମିଟିର ଉମାକାନ୍ତ ନାଏକ, ରଞ୍ଜିତ କୁମାର ନାଏକ ଉପସ୍ଥିତ ଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂହ ଧନ୍ୟବାଦ ଦେଇଥିଲେ।ପୂଜାରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଉକ୍ତ ‘ଶାନ୍ତି କମିଟି ବୈଠକ’ ଡକାଯାଇଥିଲେ ହେଁ, ପୋଲିସ ବିଭାଗ କିମ୍ବା ବିଭିନ୍ନ ବିଭାଗର କୌଣସି ଅଧିକାରୀ କିମ୍ୱା ସ୍ଥାନୀୟ ନିର୍ବାଚିତ ସଦସ୍ୟ ବୈଠକରେ ଯୋଗ ନ ଦେବା ପରିତାପର ବିଷୟ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉମାକାନ୍ତ ଦାସ ଙ୍କ ପ୍ରବନ୍ଧ ଷାଠିଏ ପଉଟି

Sunil Chandra Nayak

ଦିନିକିଆ ନର୍ଲା ଗସ୍ତରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ, ପରିଦର୍ଶନ କଲେ ବିଭିନ୍ନ ଅନୁଷ୍ଠାନ 

Sunil Chandra Nayak

ଶ୍ରୀମତୀ ସ୍ନେହ ମିଶ୍ର  ଙ୍କ କବିତା ଲୀଳାମୟ କୃଷ୍ଣ

Sunil Chandra Nayak

Leave a Comment

error: Content is protected !!