ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

ପୋଲିସ ପ୍ରଶାସନ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଙ୍କ ଅନୁପସ୍ଥିତିରେ ବୈଠକ ଶେଷ

ଧର୍ମଗଡ ଠାରେ ସଂପ୍ରତି ଚାଲିଥିବା ଜଗତ ଜନନୀ ମା ଦୁର୍ଗା ଙ୍କ ନବ ଦିନାତ୍ମକ ପୂଜା ପାଇଁ ଧର୍ମଗଡ ବ୍ଲକ ସମ୍ମିଳନୀ ଗୃହ ଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସହ ଜିଲ୍ଲାପାଳ ଚିନ୍ମୟ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଦୂର୍ଗାପୂଜା କମିଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଧର୍ମଗଡ ଠାରେ ଶକ୍ତି ମଣ୍ଡପ ଓ ବସ୍ତିପଡା ସାର୍ବଜନୀନ ଦୁର୍ଗାପୂଜା କମିଟି ର ନବ ଦିନାତ୍ମକ ପୂଜା ଗତ ୨୬ ତାରିଖ ଠାରୁ ସେମାନଙ୍କ ର ପୂଜା ଆରମ୍ଭ ହୋଇ ସାରିଛି। ଚରିଛକ ଓ ଗୋରୁ ବଜାର ର ପୂଜା ଆସନ୍ତା ୧ ତାରିଖ ଠାରୁ ଆରମ୍ଭ ହେବ। କୋଭିଡ ମହାମାରୀ ଯୋଗୁଁ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଏଥର ପୂଜା ହେଉଥିବାରୁ ବହୁତ ଜନ ସମାଗମ ହେବ ତେଣୁ ସହରରେ ଭିଡ କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପହରା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଦୁଇ ଓ ଚାରିଚକିଆ ଯାନ ବାହାନ ପାଇଁ ପାର୍କିଂ ବ୍ୟବସ୍ଥା, ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇ ଅସାମାଜିକ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା, ସର୍ବ ସାଧାରଣ ସ୍ଥଳରେ ସଫେଇ କରାଯିବା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଶକ୍ତି ମଣ୍ଡପ ପକ୍ଷରୁ ବିଜୟା ଦଶମୀ ଦିନ ରାବଣ ପୋଡ଼ି ଓ ବସ୍ତିପଡା ରେ ମା ଭଣ୍ଡାରଘରଣୀ ଦେବୀଙ୍କ ବାର୍ଷିକ ଦଶରା ଉତ୍ସବ ରେ ପ୍ରବଳ ଭିଡ଼ ହେଉଥିବାରୁ ସେହି ସ୍ଥାନରେ ଓ ମେଢ ବିସର୍ଜନ ସମୟରେ ଶାନ୍ତି ଶୃଙ୍ଖଳା ଦିଗରେ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକରେ ଅବକାରୀ ବିଭାଗର ସବ୍ ଇନସପେକ୍ଟର ଅଜୟ କୁମାର ନାଏକ, ବସ୍ତି ପଡା ପୂଜା କମିଟିର ଅଜିତ କୁମାର ସାହୁ, ପ୍ରଦୀପ କୁମାର ନାଏକ, ଚାରିଛକ୍ ପୂଜା କମିଟିର ସଞ୍ଜୟ କୁମାର ପଣ୍ଡା ଓ ଧନିଷ୍ଠ ଲହଜଲ ଗୋରୁ ବଜାର ପୂଜା କମିଟିର ଉମାକାନ୍ତ ନାଏକ, ରଞ୍ଜିତ କୁମାର ନାଏକ ଉପସ୍ଥିତ ଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂହ ଧନ୍ୟବାଦ ଦେଇଥିଲେ।ପୂଜାରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଉକ୍ତ ‘ଶାନ୍ତି କମିଟି ବୈଠକ’ ଡକାଯାଇଥିଲେ ହେଁ, ପୋଲିସ ବିଭାଗ କିମ୍ବା ବିଭିନ୍ନ ବିଭାଗର କୌଣସି ଅଧିକାରୀ କିମ୍ୱା ସ୍ଥାନୀୟ ନିର୍ବାଚିତ ସଦସ୍ୟ ବୈଠକରେ ଯୋଗ ନ ଦେବା ପରିତାପର ବିଷୟ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରଗତି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ବନମାଳୀ ପଣ୍ଡାଙ୍କ ପରଲୋକ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା ତିନି ତୁଣ୍ଡରେ 

Sunil Chandra Nayak

ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort