ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାରିପଦାରେ ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶ ନେଇ ସଚେତନତା କାର୍ଯ୍ୟକ୍ରମ

ମୟୂରଭଞ୍ଜ -୩/୯/୨୨(ମସିହା) ସାରା ଭାରତରେ ଆମ୍ ଆଦମୀ ପାର୍ଟି ତାର କାୟା ବିସ୍ତାର କରିଚାଲିଛି । ଅରବିନ୍ଦ କେଜରିୱାଲଙ୍କ ଜନାଭିମୁଖ୍ଯ କାର୍ଯ୍ୟକ୍ରମ,କଥନୀ ଏବଂ କରନୀ ଉପରେ ଜନସାଧାରଣ ଙ୍କ ଆସ୍ଥା ଦିନକୁ ଦିନ ବୃଦ୍ଧି ପାଉଛି ।ବିଶେଷତଃ ଶିଖିତ ଯୁବଗୋଷ୍ଠୀ ଆମ୍ ଆଦମୀ ପାର୍ଟି ମୁହାଁ ହେଉଛନ୍ତି ।ଅନ୍ଯଦଳର କାର୍ଯ୍ୟ ଦକ୍ଷତା ପରଖି ସାରିଲେଣି ।ମଧ୍ଯବିତ୍ତ ଓ ଗରିବଙ୍କ ଦଳ ଏବେ ଆମର ଆଦମୀ ଦଳ ହେବାକୁ ଯାଉଛି ।ଏହି ଦଳର ନୀତି ଓ ଆଦର୍ଶ ଉପରେ ମୟୂରଭଞ୍ଜ ଜିଲ୍ଲାର ଆମ୍ ଆଦମୀ ପାର୍ଟିର ବାରିପଦା ନଗର ସଭାପତି ତଥା ମାନବିକ ଅଧିକାର କର୍ମୀ ତଥା ଯୁବ ସମାଜସେବୀ,ତଥା ବରିଷ୍ଠ ସାମ୍ବାଦିକ ସୁକୁମାର ରଂଜନ ପ୍ରଧାନଙ୍କ ନେତୃତ୍ୱରେ ସାହିକୁ ସାହି ବୁଲି ଆବାଳ ବୃଦ୍ଧ ବନିତାଙ୍କୁ ଆମ୍ ଆଦମୀ ଆଦର୍ଶ ପୁସ୍ତିକା ପ୍ରଦାନ କରି ଦଳର ଲକ୍ଷ,ଆଦର୍ଶ ଉପରେ ସଚେତନ କରାଇଥିଲେ ।ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠାତା ଅରବିନ୍ଦ କେଜରିୱାଲ ଙ୍କ ଶିକ୍ଷା, ସ୍ବାସ୍ଥ୍ୟ,ବିଜୁଳି,ପିଇବା ପାଣି,ବେରୋଜଗାର ଉପରେ ଯେଉଁ ନୀତି ଅବଲମ୍ବନ କରିଛନ୍ତି ତାହାକୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ ବୋଲି କହିଥିଲେ ।କାର୍ଯ୍ଯକ୍ରମରେ ଏସକେ ବାବୁ ,ଚାନ୍ଦରାୟ ହାଁସଦା ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବେଣୁଧର ସୂତାର ଙ୍କ କବିତା ବୟସ ଯାଇଛି ହଜି

Sunil Chandra Nayak

ଟିପର – ମୋଟରସାଇକେଲ ଧକ୍କା,୧ ଆହତ

Sunil Chandra Nayak

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!