ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

 ଭାଗ ନେଲେ ୧୬ ବିଦ୍ୟାଳୟ ର ୮୨ ଛାତ୍ର ଛାତ୍ରୀ 

ଧର୍ମଗଡ଼:୨୭/୯/୨୨:- ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ ଧର୍ମଗଡ ବ୍ଳକର ୧୬ଟି ହାଇସ୍କୁଲ ରୁ ୫୦ଜଣ ଛାତ୍ର ଓ ୩୨ଜଣ ଛାତ୍ରୀ ଭାଗ ନେଇଥିଲେ। ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ବାଳିକା ବର୍ଗରୁ ୧୫ଜଣ ଏବଂ ବାଳକ ବର୍ଗରୁ ୧୫ଜଣ ଙ୍କୁ ଜିଲ୍ଲା ସ୍ଥରୀୟ ଇଣ୍ଟର ସ୍କୁଲ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବାକୁ ଚୟନ କରାଯାଇଥିଲା। ଏମାନେ ଆସନ୍ତା ଅକ୍ଟୋବର ୧୦ ତାରିଖ ରୁ ୧୭ତାରିଖ ମଧ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ସ୍କୁଲର ପ୍ରଧାନ ଶିକ୍ଷକ ଗାୟତ୍ରୀ ପ୍ରସାଦ ମୁଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ହୃଷିକେଶ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାରଙ୍ଗ ମୁଣ୍ଡ ପ୍ରମୁଖ ମଞ୍ଚାସୀନ ଥିଲେ ‌। ଧର୍ମଗଡ ହାଇସ୍କୁଲ ଖେଳ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ସମେତ ଶ୍ରବଣ କୁମାର ଜାଲ,ଉଦ୍ଧବ ପ୍ରଧାନୀ, ଅଭିମନ୍ୟୁ ମୁଣ୍ଡ, ହେମନ୍ତ ମୁଣ୍ଡ, ହେମନ୍ତ ଗୋପାଳ,ଅମିତ ମୁଣ୍ଡ , ରାଧାମୋହନ ପାଣିଗ୍ରାହୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା – ପୁସ୍ତକ ଲୋକାର୍ପଣ ସମାରୋହ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ରଜ ପାନ

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!