ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ବର୍ଷା ଓ ମୁଁ

ବର୍ଷା ଓ ମୁଁ

   

    ନନ୍ଦିନୀ ରାଉତ

ବରଷା ବତାସୀ ଗରଜୁ ଅଛି ଲୋ
ବିଜୁଳି କରୁଛି ଲୀଳା
ଅସହାୟ ମୁହିଁ ଏହି ଦୁନିଆରେ
ବୁଡି ଯାଏ ମୋର ଭେଳା।1।
ଘଡ଼ଘଡି ଛାଡେ ଭୟଙ୍କର ରଡି
କୁଡ଼ିଆ ଦୁଲୁକି ଯାଏ
ଭଙ୍ଗାଘରେ ମୋର ଆଣ୍ଠୁଏ ପାଣିଲୋ
ଦୁଃଖ ଯେ ଖତେଇ ହୁଏ।2।
ଛିଣ୍ଡା କନ୍ଥା ସବୁ ପାଣି ସରସର
ପିନ୍ଧିବାକୁ ନାହିଁ ବାସ
ନିଉଛୁଣା ଏଇ ମେଘଟା ଏଥର
କଲାଣି ମୋ ସର୍ଵନାଶ।3।
ବାଡ଼ିରେ ପରିବା ପଚିସଢ଼ି ଗଲା
ମାଆକୁ ହୋଇଛି ଜର
ଖାଇବା ପାଇଁକି ଚାଉଳ ନାହିଁଲୋ
କପାଳ ପୋଡା ମୋହର।4।
ପୁଅ ଝିଅଙ୍କୁ ମୁଁ ପାଠ ପଢ଼ାଇବି
କରିଥିଲି ବଡ଼ ଆଣ୍ଟ
ବହିଖାତା ଖଣ୍ଡେ ଦେଇପାରିଲିନି
ମୋ ଛୁଆ ଙ୍କ ମନ କଷ୍ଟ।5।
ଗରିବ ହୋଇବା ଅଭିଶାପ ଯଦି
କାହିଁକି ମୁଁ ଜନ୍ମହେଲି
ଦୁନିଆ ଯାକର ଦୁଃଖକଷ୍ଟ କିମ୍ପା
କାହିଁକି ମୋ ସାଥି କଲି।6।
ଅଛୁଆଁ ବୋଲିମୁଁ ଛୋଟଜାତି କହି
ଦୂରଦୂର କରିଦ୍ୟନ୍ତି
ବେଠି ବେଗାରୀରେ ନିଜ କ୍ଷେତବାଡ଼ି
କାମକୁ ପୁଣି କରାନ୍ତି।7।
ମାନବ ସମାଜ ପ୍ରଭୁଙ୍କ ସନ୍ତାନ
ଆମେ ସବୁ ଭାଇଭାଇ
ଧନୀ ଗରିବଓ ଛୁଆଁ ଅଛୁଆଁର
ବିଚାର ରଖୁଛ କାହିଁ।8।
ସଭିଙ୍କ ଓଠରେ ହସ ଦିଏ ଯିଏ
ସେହିପାଏ ଆଶୀର୍ବାଦ
ସଭିଙ୍କୁ ନିଜର ମଣରେ ମାନବ
ଭୁଲିଯାଅ ମତଭେଦ।9।
ଉପାସ ପେଟରେ ଅନ୍ନଟିକେ ଦେଲେ
ଆନନ୍ଦ ମିଳିବ ଜାଣ
ସଭିଙ୍କୁ ସମାନ କରିଦେଖ ନେତ୍ରେ
ବଢିବ ସମ୍ମାନ ଜାଣ।10।

Related posts

ପ୍ରେମିକା କୁ ଦୁଷ୍କର୍ମ କରି ପଥର ଛେଚି ହତ୍ୟା କରିଥିବା ପ୍ରେମିକ କୁ ଗିରଫ କଲା ପୋଲିସ

Sunil Chandra Nayak

ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହଯୋଗ ୨ ତାଲିମ ଶିବିର

Sunil Chandra Nayak

ଡାବୁଗାଁ ରେ ଆଦିବାସୀ ଦଶହରା ପାଳିତ

Sunil Chandra Nayak

Leave a Comment

error: Content is protected !!