ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷୟତ୍ରୀଙ୍କୁ ଲୁହ ଭରା ଆଖିରେ ଅବସର କାଳୀନ ବିଦାୟ ଦେଲେ ଛାତ୍ରୀ ଛାତ୍ର ସହ ଅଭିଭାବକ

ପାପଡାହାଣ୍ଡି,30/9, ମନିସ — ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ବେଳେ କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ ଦାଣ୍ଡ | ପିଲାରୁ ବୁଢ଼ା ସମସ୍ତଙ୍କ ଆଖିରେ ଝରିଗଲା ଲୁହ | ଦୀର୍ଘ 9 ବର୍ଷ ଧରି ଶିକ୍ଷୟତ୍ରୀ ଙ୍କ ଠାରୁ ସ୍ନେହ ମମତା ପାଇଥିବା ଗ୍ରାମବାସି ଛାଡିବାକୁ ଥିଲେ ନାରାଜ | ହେଲେ ସରକାରି ନିୟମକୁ କି ଅବା ନ ମାନିବ ଶେଷରେ କାନ୍ଦି କାନ୍ଦି ବିଦାୟ ନେଲେ ଶିକ୍ଷୟତ୍ରୀ | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ବାଙ୍କସର୍ଗି ଗ୍ରାମରେ ଶୁକ୍ରବାର ଏପରି ଏକ ଘଟଣା ଦେଖିବାକୁ ମିଳିଛି | ନିଜର ପ୍ରିୟ ଶିକ୍ଷୟତ୍ରୀ ବନଲତା କରଙ୍କୁ ବିଦାୟ ଦେଲା ବେଳେ ଭାଙ୍ଗି ପଡ଼ିଥିଲେ ଛାତ୍ରୀ ଛାତ୍ର ସହ ଅଭିଭାବକ | ଗତ 2013 ରୁ ସେ ବାଙ୍କସର୍ଗି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ | କାର୍ଯ୍ୟରତ ସମୟରେ ତାଙ୍କର ସ୍ନେହ ଓ ଶ୍ରଦ୍ଧାରେ ବାନ୍ଧି ହୋଇଯାଇଥିଲେ ଛାତ୍ରୀ ଛାତ୍ର | ସେ କେବେବି କାହାକୁ ବାଡାଉନଥିଲେ | ପିଲାଙ୍କୁ ଭଲ ପାଠ ପଠାଇବା ସହ ଅଭିଭାବକଙ୍କୁ ଭଲ ବ୍ୟବହାର ଦେଉଥିଲେ | ବିଦାୟ ନେବା ସମୟରେ ସମସ୍ତ ଛାତ୍ରୀ ଛାତ୍ର ଓ ଅଭିଭାବକ କାନ୍ଦି ପକାଇ ଥିଲେ | ଏକ ବିରାଟ ଶୋଭାଯାତ୍ରାରେ ଶିକ୍ଷୟତ୍ରୀ ଙ୍କୁ ବିଦ୍ୟାଳୟରୁ ପାଛୋଟି ଗ୍ରାମ ପରିକ୍ରମା କରାଯାଇଥିଲା | ଶିକ୍ଷୟତ୍ରୀ ଙ୍କ ଅବସର ଜୀବନ ସୁଖ ମୟ ଲାଗି ପ୍ରାର୍ଥନା କରାଯାଇଥିଲା | ଗାଁ ମୁଣ୍ଡରେ ପହଂଚିବା ପରେ ସମସ୍ତେ ମିଶି ବିଦାୟ ଦେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାସ୍ତା ଉପରେ ଜମୁଛି ବର୍ଷା ପାଣି

Sunil Chandra Nayak

ବର୍ଷାରେ ଧୋଇ ନେଲା ଅସ୍ଥାୟୀ ରାସ୍ତା

Sunil Chandra Nayak

ଅଶୋକ କୁମାର ନାଥ ଙ୍କ କବିତା ମାଳତୀ

Leave a Comment

error: Content is protected !!