ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆ

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

 

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଆରତ ତାରଣ କଳା ଠାକୁର

ଆରତି ଜଣାଏ ଏହି ଅନ୍ତର

ଆଚାର ବିଚାର ସବୁ ବେଭାର

ଆଖିରେ ତୁମର ହୁଏ ସୁନ୍ଦର ହେ

ଆରାଧ୍ୟ ଦେବତା ମୋର ହେ…..

ଆପଣା ପଣରେ ରଖିବ ଚିତ୍ତକୁ

ଆହେ ଜଗତ ଠାକୁର ହେ……(୨)

 

ଆନନ୍ଦରେ ଭରି ସାରା ସଂସାର

ଆନନ୍ଦମୟ କରିବ ସୁନ୍ଦର

ଆହେ ଦୟାମୟ ବିଶ୍ଵ ବିହାରୀ

ଆହାଃ କରିବ ଦେଖି ଦୁଃଖିଆରୀ ହେ…

ଆଶ୍ରିତ ଜୀବନ ଫୁଲ ହେ….

ଆଶରାରେ ତୁମ ମହକାଇ ଦେବ

ଆଶାତୀତ ହେବ ଭଲ ହେ….(୩)

ଫୁଲବାଣୀ, କନ୍ଧମାଳ

Related posts

ନୂଆପଡ଼ା – ପୁସ୍ତକ ଲୋକାର୍ପଣ ସମାରୋହ

ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ ଷ୍ଟାଣ୍ଡିଂ କମିଟି ଗଠିତ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଉଜ୍ୱଳ ତାରକା ମୋ ଉତ୍କଳମଣି 

Sunil Chandra Nayak

Leave a Comment

error: Content is protected !!