ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା କବିତା ମାଧୁରୀ

   କବିତା ମାଧୁରୀ

    ବେଣୁଧର ସୂତାର

ତୁମେ ନିଃଶବ୍ଦର ଶବ୍ଦମୟ ସୁର
କବି ହୃଦ ଅନ୍ତଃସ୍ବର
ଭାବ ମୂର୍ଛନାର ମହକ ମଧୁର
ପ୍ରାଣସ୍ପର୍ଶୀ ଇସ୍ତାହାର
କେତେ କଳ୍ପ କଳ୍ପାନ୍ତର
ସାରସ୍ବତ ଧନ ଦିବ୍ୟ ଜ୍ଞାନାଞ୍ଜନ
ରସମୟ ସୁଧାଧାର । ୦।
ପ୍ରଣବ ସ୍ବରୂପା ତୁମେ ବିଶ୍ବରୂପା 
ଶବ୍ଦବ୍ରହ୍ମ ସମାହାର
ଭଷା ପୀୟୂଷର ଭାବ ପ୍ରାଚୁର୍ଯ୍ୟର
ପ୍ରଜ୍ଞାମୟ ଉପହାର
 ଚିରନ୍ତନୀ ଚାରୁସୁର
ମୁଗ୍ଧ ଆବେଗର ତନ୍ମୟ ଝଙ୍କାର
ଭାବମୟ ପାରାବାର
ରସମୟ ସୁଧାଧାର ।୧।
ତୁମେ ଚେତନାର ଐଶ୍ୱର୍ଯ୍ୟସମ୍ଭାର
ଭାବର ଅମୃତ ଝର
କବି ସୃଜନର ମନୋଜ୍ଞ ଅର୍ଘ୍ୟର
ରମଣୀୟ ରୂପସାର
ସାରସ୍ବତ ରତ୍ନହାର
ଚାରୁ ଅଳଙ୍କାର ବାଣୀ ବିପଣିର
ତୁମେ ଚିର ମନୋହର
ରସମୟ ସୁଧାଧାର ।୨।
ତୁମେତ ଜ୍ଞାନର ବିପୁଳ ସାଗର
ସପ୍ତରଙ୍ଗ ସପ୍ତ ସୁର
କୋଟି ହୃଦୟର ଭାବ ତରଙ୍ଗର
ଅଳକାନନ୍ଦାର ଧାର
ସୁଧାସ୍ନାତ କଳେବର
କବି ତ ତୁମର ରୂପ ସୁଷମାର
ନୈସର୍ଗିକ ରୂପକାର   
ରସମୟ ସୁଧାଧାର ।୩।

କେଣଦୁରାପାଳ କେନ୍ଦୁଝର

Related posts

କଦଳୀମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ଦୁଇ ବାଇକ ଆରୋହୀ ଗୁରୁତର

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ତେନ୍ତୁଳିିଖୁଣ୍ଟି ବ୍ଳକ ଗସ୍ତ

Sunil Chandra Nayak

Leave a Comment

error: Content is protected !!