ହଜିଲା ଦରବ:–୧
ଦିଲ୍ଲୀପ କୁମାର ନନ୍ଦୀ
ଶିଳ ଚ଼କି ଢିଙ୍କି ରୁବଣା
ହୋଇଲେଣି ସବୁ ରୋଗିଣା
ଡିବିରି ଲଣ୍ଠନ ରୁଖା ଟା
ହୋଇ ଗଲେଣି ଅଣଦେଖା।୧।
ଲଙ୍ଗଳ ଖଳା ଓ ଅଗଣା
ହୋଇ ଆସିଲେଣି ଅଜଣା
ଭାଗବତ ଟୁଙ୍ଗୀ ଚୌପାଠି
ଲିଭି ଆସିଲାଣି ସବୁଠି।୨।
ଶଗଡ଼ ବଳଦ ବନିସି
ଅଜା ମୁଣ୍ଡେହାତ ଦେଇଛି
ଆଖୁଶାଳ ଓ ତେଲଘଣା
ବୁଡ଼ି ଗଲାଣି ଆହେ ନନା।୩।
ତନ୍ତ ବୁଣା ଧୋତି ଗାମୁଛା
ଅଛିକି ଆଉ ପାନବଟା
ଘଷି କତା ନିଆଁ ଓ ଝୁଣା
ଉଠିତ ଗଲାଣି ଓଢ଼ଣା।୪।
ନଡ଼ା ଚାଳଘର ଛପର
ଚ଼ୁଲି ମୁଣ୍ଡେତ ନାହିଁଁ ଜାଳ
ତୁଳସୀ ଚଉରା କି ଶିକା
ଲିଭି ଗଲାଣି ଦୀପ ଶିଖା।୫।
କାଏମା, ଧର୍ମଶାଳା, ଯାଜପୁର