ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୧

ହଜିଲା ଦରବ:–୧

 

 ଦିଲ୍ଲୀପ କୁମାର ନନ୍ଦୀ

 

ଶିଳ ଚ଼କି ଢିଙ୍କି ରୁବଣା

ହୋଇଲେଣି ସବୁ ରୋଗିଣା

ଡିବିରି ଲଣ୍ଠନ ରୁଖା ଟା

ହୋଇ ଗଲେଣି ଅଣଦେଖା।୧।

 

ଲଙ୍ଗଳ ଖଳା ଓ ଅଗଣା

ହୋଇ ଆସିଲେଣି ଅଜଣା

ଭାଗବତ ଟୁଙ୍ଗୀ ଚୌପାଠି

ଲିଭି ଆସିଲାଣି ସବୁଠି।୨।

 

ଶଗଡ଼ ବଳଦ ବନିସି

ଅଜା ମୁଣ୍ଡେହାତ ଦେଇଛି

ଆଖୁଶାଳ ଓ ତେଲଘଣା

ବୁଡ଼ି ଗଲାଣି ଆହେ ନନା।୩।

 

ତନ୍ତ ବୁଣା ଧୋତି ଗାମୁଛା

ଅଛିକି ଆଉ ପାନବଟା

ଘଷି କତା ନିଆଁ ଓ ଝୁଣା

ଉଠିତ ଗଲାଣି ଓଢ଼ଣା।୪।

 

ନଡ଼ା ଚାଳଘର ଛପର

ଚ଼ୁଲି ମୁଣ୍ଡେତ ନାହିଁଁ ଜାଳ

ତୁଳସୀ ଚଉରା କି ଶିକା

ଲିଭି ଗଲାଣି ଦୀପ ଶିଖା।୫।

କାଏମା, ଧର୍ମଶାଳା, ଯାଜପୁର

 

Related posts

ନର୍ଲା ଠାରେ ଆୟୁଷ୍ମାନ ଯୋଜନାରେ ସ୍ଵାସ୍ଥ୍ୟ ମେଳା

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଶବ୍ଦ ସମୁଦ୍ର

Sunil Chandra Nayak

ରାଉରକେଲା କଲେଜ ‘ଗଭର୍ଣ୍ଣିଙ୍ଗ ବଡ଼ି’ର ପ୍ରଥମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!