ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଫେଡେରେସନ ତରଫରୁ ଷୋଡଶ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଓ ସମ୍ଵର୍ଦ୍ଧନା ସଭା 

ବାଲେଶ୍ଵର,୦୫/୯/୨୨- ପବିତ୍ର ଗୁରୁ ଦିବସ ଉପଲକ୍ଷେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଖଇରା ବ୍ଲକ ଶାଖା ତରଫରୁ ଷୋଡ଼ଶ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଉଦଘାଟନ କରିଥିଲେ । ବିଶିଷ୍ଟ ଅତିଥିଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ, ବରେଣ୍ଯ ଅତିଥି ଭାବେ ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କ ସମେତ ଅନ୍ୟ ଅତିଥିମାନେ ମଞ୍ଚାସୀନ ଥିଲେ । ପତ୍ରିକା ପ୍ରଜ୍ଞାଶ୍ରୀ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ମଞ୍ଚାସୀନ ଅତିଥି ମାନଙ୍କ ବକ୍ତବ୍ୟ ସମସ୍ତଙ୍କ ପାଇଁ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ଥିଲା । ଏହି ଅବସରରେ କେତେଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମଞ୍ଚାସୀନ ଅତିଥି ମାନେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି ସେମାନଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଫେଡେରେସନର ସମସ୍ତ ସଦସ୍ୟ/ସଦସ୍ୟା ଓ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାଳବୈଶାଖୀ ପ୍ରଭାବରେ ଗହିରା ସ୍କୁଲ ଛାତ ଉଠିଲା,ଦୁଇ ଛାତ୍ର ଆହତ

Sunil Chandra Nayak

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତିଲେ ୨ ବର୍ଷ ର ଝିଅ

Sunil Chandra Nayak

କସ୍ତୁରୀ ର ସାଂସ୍କୃତିକ ମହୋତ୍ସବ ୨୦୨୨ ପାଇଁ ପ୍ରସ୍ତୁତି..

Sunil Chandra Nayak

Leave a Comment

error: Content is protected !!