ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶୀପାଣି  ଠାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଚନ୍ଦାହାଣ୍ଡି -: ତା-୦୩/୦୯/୨୦୨୨ ରିଖ ,ଶନିବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶୀପାଣି  ଠାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ  ଶ୍ରୀ ସନ୍ତୋଷ କୁମାର ମାଝୀ ସଭାପତିତ୍ବ କରିଥିବା ବେଳେ CRCC ଶ୍ରୀ ରବୀନ୍ଦ୍ର କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି- ଶ୍ରୀ କୈବଲ୍ୟ ପୂଜାରୀ,ସମସ୍ତ ସଦସ୍ୟ, ୱାର୍ଡ ମେମ୍ବର ଜଗତୁ ମାଝୀ, ଅଙ୍ଗନୱାଡ଼ି ଦିଦି  ମନ୍ଦାର ମାଝୀ , ବରିଷ୍ଠ ଶିକ୍ଷକ ମହେନ୍ଦ୍ର ନାୟକ ,ମଙ୍ଗଳ ନାୟକ, ଭୋଳା ଶଙ୍କର ସୁନା,ଚୁଡ଼ା ମଣି ନାୟକ, ମନ ପବନ ମାଝୀ, ପାଚିକା ସହାୟିକା ସୁମେଧା ମାଝୀ, ଦ୍ରୋପଦି ଗୋପାଳ , ଚମ୍ପା ଗୋପାଳ, ସାହାଯ୍ୟ ସହଯୋଗ କରିଥିଲେ। ପ୍ରକାଶ ଥାଉ କି ସରକାର ଙ୍କ ନିଶୁଳ୍କ ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ନିଶୁଳ୍କ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ହଳ ଜୋତା,ମୌଜା ଆଉ ଦୁଇ ହଳ ପେଣ୍ଟ, ଶାର୍ଟ୍,ଫ୍ରକ୍, ଓ ସଲୱାର୍ ସୁଟ ବଣ୍ଟନ ର ନିର୍ଦ୍ଦେଶ କ୍ରମେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କାଶୀପାଣି ର ସମସ୍ତ ଶିକ୍ଷାର୍ଥି ମାନଙ୍କୁ ମଧ୍ୟ ଦୁଇ ଦୁଇ ହଳ ପୋଷାକ ବଣ୍ଟନ କରାଯାଇ ଥିଲା। ଶେଷ ରେ ଶିକ୍ଷକ ଭୋଳା ଶଙ୍କର ସୁନା ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି ସଭା କାର୍ଯ୍ୟ ସମାପ୍ତ କରି ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍

Related posts

ବାଲେଶ୍ବର – ଉଦଯାପିତ ହେଲା ବ୍ଲକ ସ୍ତରୀୟ ରଜ ମହୋତ୍ସବ

Sunil Chandra Nayak

ରାଉରକେଲା – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସ ଙ୍କର ପରଲୋକ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମୁଁ ମଣିଷ ।।

Sunil Chandra Nayak

Leave a Comment

error: Content is protected !!