ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପ୍ରାଥମିକ ସିଟି ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

ଲାଞ୍ଜିଗଡ଼,୦୫/୦୯( ମନିସ)-କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଲାଞ୍ଜିଗଡ଼ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପଚିଶତମ ଜିଲ୍ଲାସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ସଂଘର ରାଜ୍ୟ ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ, ମୁଖ୍ୟବକ୍ତା ବିଶିଷ୍ଟ ଲେଖିକା ଡ. ସୁନୀତି ମୁଣ୍ଡ, ସମ୍ମାନିତ ଅତିଥି ସଂସ୍କୃତି ସଂଗଠକ ଡ. ଅଜୟ ମିଶ୍ର, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ମା ହୀରାନୀଲା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଅଧ୍ୟକ୍ଷ କଙ୍କଣ ରାୟ, ସଂଘର ରାଜ୍ୟ ସମ୍ପାଦକ ଅକ୍ଷୟ ଖୁଣ୍ଟିଆ, ନୂଆପଡା ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ତ୍ରିଲୋଚନ ନାଗ, ଜିଲ୍ଲା ସଭାପତି ବରୁଣ ସୁନା ମଞ୍ଚାସୀନ ଥିଲେ। ବିବରଣୀ ପାଠ କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଧନଞ୍ଜୟ ସାହୁ। ସଭା ପରିଚାଳନା କରିଥିଲେ ଶିକ୍ଷକ ଦୁର୍ଯ୍ୟୋଧନ ମାଝୀ। ଏହି ଅବସରରେ କୃତୀ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଶିକ୍ଷକ ନେତା ଧନଞ୍ଜୟ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

 

Related posts

ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ପାଳନ

Sunil Chandra Nayak

କେନ୍ଦ୍ରମନ୍ତ୍ରୀଙ୍କ ମାନସିକ ପୂରଣ ପରେ ପୂଜା ଅର୍ଚନା

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ତଥାପି ଆଜି ମୁଁ ବଞ୍ଚିଛି 

Leave a Comment

error: Content is protected !!