ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅଗଣା

ବିଶ୍ୱ ମହିଳା ଦିବସ -ମାର୍ଚ୍ଚ 8ତାରିଖ 

ଚନ୍ଦ୍ରକଳା, ବନ୍ଧୁଗାଁ, କୋରାପୁଟ 

 

ନାରୀ ଶକ୍ତି ସ୍ୱରୂପିଣୀ ମମତାମୟୀ

ସନ୍ତାନ ବତ୍ସଳା ଆଉ କରୁଣାମୟୀ |

 

ନାରୀ ବିନା ସୃଷ୍ଟି ଅସମ୍ଭବ ଅଟଇ

ବସୁମତୀ ତୁଲ୍ୟ ସର୍ବଂ ସହ| ତ ସେଇ |

 

ନାରୀ ବିନା ପୁରୁଷର ଗତି ତ ନାହିଁ

ଜନନୀ, ଭଗିନୀ, କନ୍ୟା, ବଧୂ ଅଟଇ |

 

ସଂସାର ରୂପୀ ରଥର ଦୁଇଟି ଚକ |

ପୁରୁଷ ଓ ନାରୀ ଏହା ଜାଣି ତ ରଖ |

 

ନାରୀ ସୃଷ୍ଟିକାରିଣୀ ଆନନ୍ଦ ଦାୟିନୀ

ସ୍ୱାମୀ ପାଇଁ ସିଏ ଯେ ପ୍ରୀତି ସୁହାଗିନୀ |

 

ନାରୀ ବୁଦ୍ଧିମତି, ବିଚକ୍ଷଣ| ସଂପୂର୍ଣ୍ଣ|

ନାରୀ ଲଷ୍ମୀ ପ୍ରତିମା ଆଉ ଅନ୍ନପୂର୍ଣ୍ଣ| |

 

ସନ୍ତାନର ପାଇଁ ସିଏ ପ୍ରଥମ ଗୁରୁ

ନୀତିଶିକ୍ଷା ନୀତିବାଣୀ ପାଳନ କରୁ |

 

ଯୁଗେଯୁଗେ ନାରୀ ଯେ ଚିର ବନ୍ଦନୀୟା

ସୀତା,ସାବିତ୍ରୀ,ଦ୍ରୌପଦୀ,ସତୀ ଅନସୂୟା |

 

ଜ୍ଞାନଦାତ୍ରୀ ସରସ୍ବତୀ ସେହି ପୂଜନୀୟ|

ନାରୀ ଚିର ବନ୍ଦନୀୟା ଚିର ସ୍ମରଣୀୟ| |

 

ବିପଦରେ ସିଏ ଯେ ସଂହାର କାରିଣୀ

ମା’ କାଳୀ ରୂପେ ସିଏ ଆସଇ ଅବନୀ |

 

ନାରୀ କୁସୁମ ପରି କୋମଳ ଅଟଇ

ବଜ୍ର ପରି କଠିନ ପଷ|ଣ ତ ସେହି |

 

ଅତୀ6ତ ଗାର୍ଗୀ,ମୈତ୍ରେୟୀ,ଲୋପାମୁଦ୍ରା

ଘୋଷ|, ବିଶ୍ୱବାର|,ଲୀଳାବତୀ,ସଂଘମିତ୍ର|

|

ପ୍ରତିକ୍ଷେତ୍ରେ ପ୍ରସିଦ୍ଧି ଯେ ଲଭିଣ ଛନ୍ତି

ମଧ୍ୟଯୁଗେ ମୀରା, ପଦ୍ମିନୀ, ଦୁର୍ଗାବତୀ |

 

ସିପାହୀ ବିଦ୍ରୋହରେ ରାଣୀ ଲଷ୍ମୀବାଇ

ବୀରତ୍ୱ ନେତୃତ୍ୱର ପଟାନ୍ତର ନାହିଁ |

 

ତୁଳସୀମୁଣ୍ଡା, ମଦରଟେରେସା ପୁଣି

ସମାଜ ସେବିକା ରୂପେ ଅଟେ ଅଗ୍ରଣୀ |

 

କଳ୍ପନା,ସନିଆମିର୍ଜା,ପଦ୍ମିନୀ ରାଉତ

ଦେଶେ ଉଡାଇଛନ୍ତି ବିଜୟ ଧ୍ବଜା ତ |

 

ଆଜିର ସମାଜ ହୋଇଛି କଳୁଷିତ

ଏବେବି ନାରୀ ହୁଏ ଯେ ଅସମ୍ମାନିତ |

 

କନ୍ୟା ଭୃଣ ହତ୍ୟା ଆଉ ନାରୀ ଧର୍ଷଣ

ପ୍ରତ୍ୟେକ ଦିନେ ଘଟଇ ସମାଜେ ପୁଣ |

 

ନାରୀହେଲେ ପାଠୋଇ ଦେଶ ଆଗେଇବ

ଅଶିକ୍ଷିତ ହେଲେ ଦେଶ ପଛରେ ପଡିବ |

 

ନାରୀ ଶିକ୍ଷାର ପ୍ରସାର ଫକୀରମୋହନ

ନାରୀ ଶିକ୍ଷାର ପ୍ରତିଷ୍ଠା ମଧୁ ସୁଦନ |

 

ନାରୀ କବି କୁନ୍ତଳା କୁମାରୀସାବତ

ଚିକିତ୍ସକ ଆଉ ଥିଲେ ସୁସାହିତ୍ୟିକ |

 

ଆଜିର ନାରୀ ପୁରୁଷ ଠାରୁ ଆଗରେ

ଶିକ୍ଷା ଦୀକ୍ଷା ସର୍ବତ୍ର ପ୍ରମାଣ ଅଛିରେ |

 

ଆଜିର ଦିବସେ ସର୍ବେ ଶପଥ ନେବା

ପ୍ରତି ନାରୀକୁ ସର୍ବଦା ସମ୍ମାନ ଦେବା |

*****************************

Related posts

ତୀର୍ଯ୍ୟକ

Sunil Chandra Nayak

ବାଙ୍କି ରେଞରେ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ ଆରମ୍ଭ

Sunil Chandra Nayak

ସବୁ ବିଧାୟକ ଙ୍କ ଠାରୁ ନିଆରା ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ

Sunil Chandra Nayak

Leave a Comment

error: Content is protected !!