କୋକସରା, ୨୨ା୫-(ମ ନି ସ) ଖରା, ବର୍ଷା, ଶୀତ କାକରକୁ ଖାତିର ନକରି ଜଣେ ଯୁବକ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେବ ଘରୁ ଗୋଡ କାଢି ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରିଛନ୍ତି । ଆଉ ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରୁଛନ୍ତି । ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ସିଲିଗୁଡି ର ଶ୍ୟାମ ବିଶ୍ୱାସ(୩୫) । ସେ ଗତ ୧ ମାର୍ଚ୍ଚ ୨୦୨୧ ସିଲିଗୁଡିରୁ ବାହାରି ଦୀର୍ଘ ୧ ବର୍ଷ ୨ ମାସ ୨୧ ଦିନ ପରେ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛନ୍ତି । ଯୁବକ ଶ୍ୟାମ ବିଶ୍ୱାସ ବର୍ତ୍ତମାନ ସୁଦ୍ଧା ୨୦ ଟି ରାଜ୍ୟ କୁ ସାଇକେଲ ଯୋଗେ ଭ୍ରମଣ କରି ସାରିଥିବା ବେଳେ ଏବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପହଞ୍ଚି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଆଉ ଲୋକେ ମଧ୍ୟ ତାଙ୍କୁ ସ୍ୱାଗତ କରିବା ସହ ସମର୍ଥନ କରୁଛନ୍ତି । ସେ ସମଗ୍ର ଭାରତ ଭ୍ରମଣ କରି ପରିବେଶ ର ସୁରକ୍ଷା, ବୃକ୍ଷ ରୋପଣ ଏବଂ ଜଳ ସଞ୍ଚୟ ର ବାର୍ତ୍ତା ନେଇ ଗ୍ଲୋବାଲ୍ ୱାର୍ମିଂ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଲୋକଙ୍କୁ ସଚେତନତା କରିବାର ଲକ୍ଷ ରଖିଛନ୍ତି ।
previous post