ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲିଆପାଳ କଂଗ୍ରେସ କମିଟି ତରଫରୁ ଭାରତଯୋଡ ପଦଯାତ୍ରା

ବାଲେଶ୍ଵର,୦୭/୧୦/୨୨- ବାଲେଶ୍ଵର ଜିଲ୍ଲା ବାଲିଆପାଳରେ ସ୍ବାଭିମାନ ପଦଯାତ୍ରା । ଏହାର ନେତୃତ୍ୱ ନେଇଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବସ୍ତା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବିଜନ ନାୟକ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ପରିଚାଳନା କରିଥିଲେ ରବୀନ୍ଦ୍ର ମହାନ୍ତି । ଏଥିରେ ରାଜ୍ୟ କଂଗ୍ରେସର ପ୍ରବକ୍ତା ସୁଦର୍ଶନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜୀବ ଗିରି, ବ୍ଲକ ଅଧ୍ଯକ୍ଷା ରଞ୍ଜିତା ନାୟକ, ଜଗନ୍ନାଥ ବିଶ୍ବାଳ, ଉପ-ସଭାପତି ନରହରି ଜେନା, ବସ୍ତା ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ହୃଷିକେଶ ପଣ୍ଡା, ଚୌମୁଖ ସରପଞ୍ଚ ବାସନ୍ତୀ ରଞ୍ଜିତ, ଚୌମୁଖ ସଦସ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ବେଣୁଧର ରଣଜିତ, ଜିଲ୍ଲା ପରିଷଦ ବାବାଜୀ ଦେହୁରୀ ଯୋଗଦେଇ ମଞ୍ଚାସୀନ ଥିଲେ । ଏହିସଭା ଚୌମୁଖ ଗ୍ରାମପଞ୍ଚାୟତ ଚଉଦ ମାଦଳ ଛକ ଠାରେ ଅନୁଷ୍ଠିତ ହୋଇଥିଲା । ଏଠାରେ ସ୍ମରଣଯୋଗ୍ଯ କି ଦୀର୍ଘ ୮ବର୍ଷ ଧରି କେନ୍ଦ୍ରରେ ବିଜେପି ସରକାର ଏବଂ ୨୫ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଶାସନ କରୁଥିଲା ବେଳେ ଏବେବି ବହୁ ଲୋକ ଲାଞ୍ଛିତ ହେବା ସହିତ ଅବହେଳିତ ଅବସ୍ଥାରେ ଗତି କରୁଛନ୍ତି । ଏହାକୁ ବିରୋଧ କରି କଂଗ୍ରେସ ଦଳର ଯୁବନେତା ରାହୁଲ ଗାନ୍ଧୀ ଭାରତ ଯୋଡ କାର୍ଯ୍ୟକ୍ରମ ପାଇଁ ପଦଯାତ୍ରା ଜାରି ରଖିଛନ୍ତି । ଏହି ପଦଯାତ୍ରାକୁ ଲକ୍ଷ୍ୟ ରଖି ପିସିସି ସଭାପତି ଶରତ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚୌମୁଖ ଠାରେ ବ୍ଲକ କଂଗ୍ରସ ପକ୍ଷରୁ ଆଜି ପଦଯାତ୍ରା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୭ରୁ ୩୦ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପଦଯାତ୍ରାର ଉଦ୍ଦେଶ୍ୟ ବାଲିଆପାଳରେ ନଦୀବନ୍ଧ ନିର୍ମାଣ, ଚାଷୀଙ୍କୁ ସହାୟତା ପ୍ରଦାନ, ସ୍ୱାସ୍ଥ୍ୟ ସମସ୍ୟା ସମାଧାନ, ଲୋକ ମାନଙ୍କ ଭିଟାମାଟିର ସୁରକ୍ଷା, ବାଲିଆପାଳ ଠାରେ ହେବାକୁ ଥିବା ପେଟ୍ରକେମିକାଲକୁ ବିରୋଧ, ବେକାରୀ ସମସ୍ୟା ଦୂର କରିବା ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଏହି ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦ ଯାତ୍ରା ଟାୱାର ଛକ ଠାରୁ ଆରମ୍ଭ କରି କଙ୍କଡାପାଳ ସ୍ଵପ୍ନେଶ୍ଵର ମନ୍ଦିର ପର୍ଯ୍ୟନ୍ତ ହୋଇଥିଲା । ଉକ୍ତ ପଦଯାତ୍ରାରେ ମଞ୍ଚାସୀନ ନେତାଙ୍କ ସହିତ ସରପଞ୍ଚ, ସମିତି ସଭ୍ଯସଭ୍ୟା, ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗୋଦାବରୀଶ ମିଶ୍ର

Sunil Chandra Nayak

ମ.ରାମପୁର ବ୍ଲକ ଗସ୍ତ ରେ ଜିଲ୍ଲାପାଳ  

Sunil Chandra Nayak

ଖୁଟୁଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ମହୋତ୍ସବ ସୁରଭି -୨୦୨୨

Sunil Chandra Nayak

Leave a Comment

error: Content is protected !!