ବାଲେଶ୍ଵର,୦୭/୧୦/୨୨- ବାଲେଶ୍ଵର ଜିଲ୍ଲା ବାଲିଆପାଳରେ ସ୍ବାଭିମାନ ପଦଯାତ୍ରା । ଏହାର ନେତୃତ୍ୱ ନେଇଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବସ୍ତା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବିଜନ ନାୟକ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ପରିଚାଳନା କରିଥିଲେ ରବୀନ୍ଦ୍ର ମହାନ୍ତି । ଏଥିରେ ରାଜ୍ୟ କଂଗ୍ରେସର ପ୍ରବକ୍ତା ସୁଦର୍ଶନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜୀବ ଗିରି, ବ୍ଲକ ଅଧ୍ଯକ୍ଷା ରଞ୍ଜିତା ନାୟକ, ଜଗନ୍ନାଥ ବିଶ୍ବାଳ, ଉପ-ସଭାପତି ନରହରି ଜେନା, ବସ୍ତା ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ହୃଷିକେଶ ପଣ୍ଡା, ଚୌମୁଖ ସରପଞ୍ଚ ବାସନ୍ତୀ ରଞ୍ଜିତ, ଚୌମୁଖ ସଦସ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ବେଣୁଧର ରଣଜିତ, ଜିଲ୍ଲା ପରିଷଦ ବାବାଜୀ ଦେହୁରୀ ଯୋଗଦେଇ ମଞ୍ଚାସୀନ ଥିଲେ । ଏହିସଭା ଚୌମୁଖ ଗ୍ରାମପଞ୍ଚାୟତ ଚଉଦ ମାଦଳ ଛକ ଠାରେ ଅନୁଷ୍ଠିତ ହୋଇଥିଲା । ଏଠାରେ ସ୍ମରଣଯୋଗ୍ଯ କି ଦୀର୍ଘ ୮ବର୍ଷ ଧରି କେନ୍ଦ୍ରରେ ବିଜେପି ସରକାର ଏବଂ ୨୫ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଶାସନ କରୁଥିଲା ବେଳେ ଏବେବି ବହୁ ଲୋକ ଲାଞ୍ଛିତ ହେବା ସହିତ ଅବହେଳିତ ଅବସ୍ଥାରେ ଗତି କରୁଛନ୍ତି । ଏହାକୁ ବିରୋଧ କରି କଂଗ୍ରେସ ଦଳର ଯୁବନେତା ରାହୁଲ ଗାନ୍ଧୀ ଭାରତ ଯୋଡ କାର୍ଯ୍ୟକ୍ରମ ପାଇଁ ପଦଯାତ୍ରା ଜାରି ରଖିଛନ୍ତି । ଏହି ପଦଯାତ୍ରାକୁ ଲକ୍ଷ୍ୟ ରଖି ପିସିସି ସଭାପତି ଶରତ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚୌମୁଖ ଠାରେ ବ୍ଲକ କଂଗ୍ରସ ପକ୍ଷରୁ ଆଜି ପଦଯାତ୍ରା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୭ରୁ ୩୦ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପଦଯାତ୍ରାର ଉଦ୍ଦେଶ୍ୟ ବାଲିଆପାଳରେ ନଦୀବନ୍ଧ ନିର୍ମାଣ, ଚାଷୀଙ୍କୁ ସହାୟତା ପ୍ରଦାନ, ସ୍ୱାସ୍ଥ୍ୟ ସମସ୍ୟା ସମାଧାନ, ଲୋକ ମାନଙ୍କ ଭିଟାମାଟିର ସୁରକ୍ଷା, ବାଲିଆପାଳ ଠାରେ ହେବାକୁ ଥିବା ପେଟ୍ରକେମିକାଲକୁ ବିରୋଧ, ବେକାରୀ ସମସ୍ୟା ଦୂର କରିବା ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଏହି ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦ ଯାତ୍ରା ଟାୱାର ଛକ ଠାରୁ ଆରମ୍ଭ କରି କଙ୍କଡାପାଳ ସ୍ଵପ୍ନେଶ୍ଵର ମନ୍ଦିର ପର୍ଯ୍ୟନ୍ତ ହୋଇଥିଲା । ଉକ୍ତ ପଦଯାତ୍ରାରେ ମଞ୍ଚାସୀନ ନେତାଙ୍କ ସହିତ ସରପଞ୍ଚ, ସମିତି ସଭ୍ଯସଭ୍ୟା, ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ