ବାଲେଶ୍ଵର,୦୭/୧୦/୨୨- ରାଜ୍ୟ ସରକାର ରାସ୍ତାଘାଟର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦୂର ହେଉନି ସମସ୍ୟା । ଲୋକେ ହେଉଛନ୍ତି ହଇରାଣ । ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ରାସ୍ତା ଘାଟର ଉନ୍ନତି ପାଇଁ ମଧ୍ୟ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି ସରକାର । ହେଲେ ସୁଧୁରୁ ନାହିଁ ଗ୍ରାମାଞ୍ଚଳ ରାସ୍ତାର ଅବସ୍ଥା । ଏହା ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କର ଅବହେଳା ନା ସରକାରୀ ଅଧିକାରୀଙ୍କ ଅବହେଳା ? ସରକାରଙ୍କ ଯୋଜନା କାଗଜପତ୍ରରେ ରହିଯାଉଛି ସୀମିତ ?
ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ପାର୍ବତୀପୁର ଗ୍ରାମରେ । ସୋର-କୁପାରୀ ରାସ୍ତାର ଗଣ୍ଡିବେଡ଼ ବଜାର ଛକ ନିକଟରୁ ପାର୍ବତୀପୁର ଗାଁକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ ଖରାପ ହୋଇ ପଡିଥିବାରୁ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ଯାତାୟତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଅଞ୍ଚଳବାସୀ ରାଜ୍ୟ ବିଜେପି ମୁଖାପତ୍ର ଠାକୁର ରଞ୍ଜିତ ଦାସଙ୍କୁ ଅବଗତ କରାଇବା ସହିତ ଏହାର ମରାମତି ପାଇଁ ଅନୁରୋଧ ମଧ୍ୟ କରିଥିଲେ । ଲୋକଙ୍କ ସମସ୍ୟାକୁ ଆଖିଆଗରେ ରଖି ବିଜେପି ମୁଖପାତ୍ର ଶ୍ରୀ ଦାସଙ୍କ ନେତୃତ୍ୱରେ ସଂପୃକ୍ତ ଅଞ୍ଚଳର ଯୁବ ନେତା ଇଂ. ରାଜେଶ ମହାକୁଡଙ୍କ ସହଯୋଗରେ ପାର୍ବତୀପୁର ଗ୍ରାମର ରାସ୍ତାକୁ ମେଣ୍ଟାଲ ଏବଂ କ୍ରସର ଡଷ୍ଟ ପକାଇ ମରାମତି କରିଛନ୍ତି । ଏହି ରାସ୍ତାଟି ଦୀର୍ଘଦିନ ହେବ ମରାମତି ଅଭାବରୁ ଅବହେଳିତ ହୋଇ ପଡିଥିଲା । ସ୍ଥାନେ ସ୍ଥାନେ ଗର୍ତ୍ତ ହୋଇ ପାଣି ଜମି ରହୁଥିଲା ।ଏଥିନେଇ ଗ୍ରାମବାସି ସ୍ଥାନୀୟ ପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ସମାଧାନ ପ୍ରତି କେହି ନଜର ଦେଉନଥିଲେ । ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷ କରି ଏହି ରାସ୍ତା ଦେଇ ଦୁଇଟି ସ୍କୁଲ୍ ପିଲା ଯିବା ସହିତ ୪ଟି ଗ୍ରାମର ଜନସାଧାରଣ ଯିବା ଆସିବା କରିଥାନ୍ତି ।ଗ୍ରାମବାସୀ ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଶ୍ରୀ ଦାସ ଅନୁଧ୍ୟାନ କରି ମେଣ୍ଟାଲ ଏବଂ କ୍ରସର ଡଷ୍ଟ ପକାଇ ଅସ୍ଥାୟୀ ସମାଧାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ମୁଖପାତ୍ର ଶ୍ରୀ ଦାସ ଏବଂ ଅଞ୍ଚଳର ଯୁବନେତା ଇଂ. ରାଜେଶ ମହାକୁଡଙ୍କ ସମେତ ଗ୍ରାମର ଗଜେନ୍ଦ୍ର ପତି, ମନୋଜ ପତି ବିନୋଦ ପତି, ଚିତ ଦାସ, ବୁନା ପତି ପ୍ରମୁଖ ସହଯୋଗ କରିଥିଲେ । ବିଜେପି ମୁଖପାତ୍ର ଶ୍ରୀ ଦାସ ଏବଂ ଯୁବନେତା ଇଂ. ମହାକୁଡ଼ଙ୍କ ଏଭଳି ଜନସେବାକୁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ