ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଣିଲାନି ପ୍ରଶାସନ, ଦୁଃଖ ଶୁଣିଲେ ବିଜେପି ମୁଖପାତ୍ର 

ବାଲେଶ୍ଵର,୦୭/୧୦/୨୨- ରାଜ୍ୟ ସରକାର ରାସ୍ତାଘାଟର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦୂର ହେଉନି ସମସ୍ୟା । ଲୋକେ ହେଉଛନ୍ତି ହଇରାଣ । ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ରାସ୍ତା ଘାଟର ଉନ୍ନତି ପାଇଁ ମଧ୍ୟ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି ସରକାର । ହେଲେ ସୁଧୁରୁ ନାହିଁ ଗ୍ରାମାଞ୍ଚଳ ରାସ୍ତାର ଅବସ୍ଥା । ଏହା ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କର ଅବହେଳା ନା ସରକାରୀ ଅଧିକାରୀଙ୍କ ଅବହେଳା ? ସରକାରଙ୍କ ଯୋଜନା କାଗଜପତ୍ରରେ ରହିଯାଉଛି ସୀମିତ ?

      ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ପାର୍ବତୀପୁର ଗ୍ରାମରେ । ସୋର-କୁପାରୀ ରାସ୍ତାର ଗଣ୍ଡିବେଡ଼ ବଜାର ଛକ ନିକଟରୁ ପାର୍ବତୀପୁର ଗାଁକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ ଖରାପ ହୋଇ ପଡିଥିବାରୁ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ଯାତାୟତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଅଞ୍ଚଳବାସୀ ରାଜ୍ୟ ବିଜେପି ମୁଖାପତ୍ର ଠାକୁର ରଞ୍ଜିତ ଦାସଙ୍କୁ ଅବଗତ କରାଇବା ସହିତ ଏହାର ମରାମତି ପାଇଁ ଅନୁରୋଧ ମଧ୍ୟ କରିଥିଲେ । ଲୋକଙ୍କ ସମସ୍ୟାକୁ ଆଖିଆଗରେ ରଖି ବିଜେପି ମୁଖପାତ୍ର ଶ୍ରୀ ଦାସଙ୍କ ନେତୃତ୍ୱରେ ସଂପୃକ୍ତ ଅଞ୍ଚଳର ଯୁବ ନେତା ଇଂ. ରାଜେଶ ମହାକୁଡଙ୍କ ସହଯୋଗରେ ପାର୍ବତୀପୁର ଗ୍ରାମର ରାସ୍ତାକୁ ମେଣ୍ଟାଲ ଏବଂ କ୍ରସର ଡଷ୍ଟ ପକାଇ ମରାମତି କରିଛନ୍ତି । ଏହି ରାସ୍ତାଟି ଦୀର୍ଘଦିନ ହେବ ମରାମତି ଅଭାବରୁ ଅବହେଳିତ ହୋଇ ପଡିଥିଲା । ସ୍ଥାନେ ସ୍ଥାନେ ଗର୍ତ୍ତ ହୋଇ ପାଣି ଜମି ରହୁଥିଲା ।ଏଥିନେଇ ଗ୍ରାମବାସି ସ୍ଥାନୀୟ ପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ସମାଧାନ ପ୍ରତି କେହି ନଜର ଦେଉନଥିଲେ । ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷ କରି ଏହି ରାସ୍ତା ଦେଇ ଦୁଇଟି ସ୍କୁଲ୍ ପିଲା ଯିବା ସହିତ ୪ଟି ଗ୍ରାମର ଜନସାଧାରଣ ଯିବା ଆସିବା କରିଥାନ୍ତି ।ଗ୍ରାମବାସୀ ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଶ୍ରୀ ଦାସ ଅନୁଧ୍ୟାନ କରି ମେଣ୍ଟାଲ ଏବଂ କ୍ରସର ଡଷ୍ଟ ପକାଇ ଅସ୍ଥାୟୀ ସମାଧାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ମୁଖପାତ୍ର ଶ୍ରୀ ଦାସ ଏବଂ ଅଞ୍ଚଳର ଯୁବନେତା ଇଂ. ରାଜେଶ ମହାକୁଡଙ୍କ ସମେତ ଗ୍ରାମର ଗଜେନ୍ଦ୍ର ପତି, ମନୋଜ ପତି ବିନୋଦ ପତି, ଚିତ ଦାସ, ବୁନା ପତି ପ୍ରମୁଖ ସହଯୋଗ କରିଥିଲେ । ବିଜେପି ମୁଖପାତ୍ର ଶ୍ରୀ ଦାସ ଏବଂ ଯୁବନେତା ଇଂ. ମହାକୁଡ଼ଙ୍କ ଏଭଳି ଜନସେବାକୁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ଧର୍ମଗଡ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶଙ୍କ ବିମୁଖ

Sunil Chandra Nayak

ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!