ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହୁଚରାମାତାଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ଶେଷ : ଆସନ୍ତା କାଲି ସନ୍ଧ୍ୟାରେ କଳସ ଯାତ୍ରା

ନର୍ଲା -(ମ ନି ସ )ସେବାକାରୀ କିନ୍ନର ସଂଘ ନର୍ଲାରୋଡ ତରଫରୁ ନର୍ଲାରୋଡସ୍ଥିତ ବିକ୍ରମଲଜ ନିକଟରେ ଚାରି ଦିନ ଧରି ବହୁଚରାମାତାଙ୍କ ଷୋହଳ ପୂଜା ଅନୁଷ୍ଠିତ ହେବ ବୋଲି ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ପ୍ରକାଶ କରିଛନ୍ତି। ୩୦ ତାରିଖ ବୁଧବାର ସନ୍ଧ୍ୟାରେ କଳସ ଆବାହନ ଓ ୮ ଘଣ୍ଟା ସମୟରେ ପୂଜାରମ୍ଭ। ୩୧ ତାରିଖ ଗୁରୁବାର ପୀଠ ପୂଜା ଓ ୧ ତାରିଖ ଶୁକ୍ରବାର ଚେଲା ଲିଟୁଙ୍କ ଜଲସା ପୂଜା ସହିତ ଉତ୍କଳ ଦିବସ ପାଳନ,ସକାଳ ୯ଟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଥିବା ବେଳେ ୨ ତାରିଖ ଶନିବାର ଦିବା ୧୧ଘଣ୍ଟା ସମୟରେ ନଗର ପରିକ୍ରମା ଓ କଳସଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି ସମେତ ବଲାଙ୍ଗୀର, ସମ୍ବଲପୁର ଓ ଭୁବନେଶ୍ଵରରୁ ଶତାଧିକ କିନ୍ନର ଯୋଗଦାନ କରିବେ ବୋଲି ସେବାକାରୀ କିନ୍ନର ସଂଘ ର ସଭାପତି କାମିନୀ କିନ୍ନର କହିଛନ୍ତି l

ନିରଞ୍ଜନ ଗଉଡ଼ଙ୍କ ରିପୋର୍ଟ ମସିହା. ଇନ

Related posts

ଡାଃ ବିଚିତ୍ରାନନ୍ଦ ପଟ୍ଟନାୟକ ଗୃହ ନିର୍ମାଣ ସମବାୟ ସମିତି ସଭାପତି

Sunil Chandra Nayak

ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ

Sunil Chandra Nayak

ନିର୍ବାଚନୀ ପ୍ରତିଶୃତି ରକ୍ଷା କଲେ ନବ ନିର୍ବାଚିତ ସରପଞ୍ଚ ଡମ୍ବରୁଧର

Sunil Chandra Nayak

Leave a Comment

error: Content is protected !!