ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ମାଉସୀ ଘର

ମାଉସୀ ଘର

ମାନଗୋବିନ୍ଦ ସ୍ବାଇଁ

 

ମାଉସୀ ଦାଣ୍ଡରେ ତିନି ରଥ ଠିଆ

    ମାଉସୀ କଲା ଆଦର

ସେନେହ ମମତା ଦେଉଛି ମାଉସୀ

    କହୁଛି ଧନରେ ମୋର।

ନବ ଦିନ ଧରି ମାଉସୀ ଘରକୁ

    ଅତିଥି ହବ ଏଥର

ମନ ଖୁସି କରି ପାଏ ବ୍ୟବହାର

    ତୋଷ ହବ ମନ ତୋର।

ଭଜନ ଜଣାଣ ସଂକୀର୍ତ୍ତନ ଗାଇ

   ଭକ୍ତ ଜନ ହବ ଖୁସି

ବରଷକୁ ଥରେ ମାଉସୀ ଘରକୁ

     ଆସୁ ଭକ୍ତ ସଙ୍ଗେ ମିଶି।

ମାଉସୀ ମା ଦାଣ୍ଡ ହୋଇଛି ଗହଳି

    ଭକ୍ତ ସଙ୍ଗେ ବନମାଳୀ

ରଥରୁ ଠାରୁଛି ଭକ୍ତକୁ ଦେଖୁଛି

    ଭକ୍ତ ଦୁଃଖକୁ ସମ୍ଭାଳି।

ଶୁଣୁଛି ଖବର ଦେଉଛି ଉତ୍ତର

     ଦଣ୍ଡେ କରି ସମାଧାନ

ଦେବି ନାହିଁ ଦୁଃଖ ସର୍ବ ଦେବି ସୁଖ

      ଦୂରେଇ ବିପଦମାନ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

କଣ୍ଠେଶ୍ବର ହେଲେ କାଶିପୁର ବ୍ଳକ ଅଧ୍ଯକ୍ଷ

Sunil Chandra Nayak

ମହାଭାରତ କଥା…..୬

କିସାନ ସମାଜ ପ୍ରତିଷ୍ଠାତାଙ୍କ ବିୟୋଗ

Sunil Chandra Nayak

Leave a Comment

error: Content is protected !!