ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ନେଇ ସୂଚନା ଓ  ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ ଅମାତଙ୍କ ସହ ଆଲେଚନା 

ଭୁବନେଶ୍ବର, 17/7 ( ମ ନି ସ  ): ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେଉ ବୋଲି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଭୁବନେଶ୍ବର ପାନ୍ଥ ନିବାସ ଠାରେ ଅନୁଷ୍ଠିତ ବୈଠକରେ ଗୃହିତ 7 ଦଫା ପ୍ରସ୍ତାବ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ମନ୍ତ୍ରୀ ଶ୍ରୀ ଅମାତଙ୍କ ବାସଭବନ ଠାରେ ସଂଗଠନର ବରିଷ୍ଠ ନେତା ତଥା ନବୀନର ସମ୍ପାଦକ ରବି ରଥ ସାକ୍ଷାତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ  ।

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ସରକାରୀ ଅନୁମୋଦନ ପାଇଁ କୋହଳ ନୀତି ଅବଲମ୍ବନ କରିବା, ବିଭାଗରେ ଅନୁମୋଦନ ପାଇଁ ପଡ଼ି ରହିଥିବା ସମ୍ବାଦପତ୍ରଗୁଡ଼ିକୁ ଅନୁମୋଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା, କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ସ୍ବତନ୍ତ୍ର ନୀତି ପ୍ରଣୟନ, ସମ୍ପାଦକମାନଙ୍କୁ ଗେପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା ଓ ଓଡ଼ିଶାରେ ପେନସନ ବ୍ୟବସ୍ଥା ଲାଗୁ କରିବା, ସଂଘର ଭୁବନେଶ୍ବର ଠାରେ କାଯର୍‌ୟାଳୟ ଖୋଲିବା ପାଇଁ ଏକ ସରକାରୀ କ୍ବାଟର ଯେଗାଇବା, ପୂର୍ବରୁ ଜାତୀୟ ଦିବସ, ସାଧାରଣତନ୍ତ୍ର ଦିବସ, ଉକଳ ଦିବସ, ସ୍ବାଧୀନତା ଦିବସ, ଦୁର୍ଗା ପୂଜା ଭଳି ଦିବସ ମାନଙ୍କରେ 500 ସ୍କ୍ବାୟାର ସିଏମର କଲର ବିଜ୍ଞାପନ ଦେଉଥିଲେ, ତାହା ବର୍ତ୍ତମାନ ବନ୍ଦ କରି ଦେଇଛନ୍ତି ତାହାକୁ ପୁନରାୟ ପ୍ରଦାନ କରିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ପ୍ରଭାର ସମ୍ପାଦକ ପ୍ରଦୀପ୍ତ କୁମାର ପରିଡ଼ା, କେବିକେ ସମାଚାରର ସମ୍ପାଦକ ବିନୋଦ ମହାପାତ୍ର, ଘଟଣାଚକ୍ରର ସମ୍ପାଦକ ଭଜରାମ ମହାପାତ୍ର, ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା, ଅଭିନନ୍ଦନର ସମ୍ପାଦକ ଜଗଦୀଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଗଣେଶ

Sunil Chandra Nayak

ୟୁଏସ୍ଆଇ ସଂଗଠନ ପକ୍ଷରୁ ଚାରା ରୋପଣ ଓ ଚାଷୀଙ୍କୁ ବିହନ ବଣ୍ଟନ ସହ ସମ୍ବର୍ଦ୍ଧନା

Sunil Chandra Nayak

ବିଧାୟକ ଙ୍କ ଦ୍ଵାରା ଖାତିଗୁଡା କୁମ୍ଭାର ଶାଳ ମରାମତି ପ୍ରକଳ୍ପ ନିମନ୍ତେ ଶୁଭ 

Sunil Chandra Nayak

Leave a Comment

error: Content is protected !!