ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ବୋଲବମ୍

ବୋଲବମ୍

   

  ପ୍ରଶାନ୍ତ କୁମାର ନାଥ

ପବିତ୍ର ଶ୍ରାବଣ ଆସିଛି ଧରାକୁ
    ଚାହିଁଛନ୍ତି ଭୋଳା ବାବା
ଜଳ ଅଭିଷେକ କରିବେ କାମୁଡି
    ଆଶିଷ ଦିଅ ହେ ଦେଵା। 
କେତେ ଦୂରୁ ଧାଇଁ ଆସିଛି କାଉଡି
       ମାନସିକ ପୂର୍ଣ୍ଣ ପାଇଁ
ଦୟା କର ପ୍ରଭୁ ତୁମ୍ଭେ ଶମ୍ଭୁନାଥ
     କାଉଡିଙ୍କୁ ଟିକେ ଚାହିଁ। 
ଧାରା ଶ୍ରାବଣକୁ ଖାତିରି ନକରି
    ଵୋହିଛି ସେ ଜଳ ଭାର
ବୋଲବମ୍ ଗାଇ ଆସିଛି ପାଖକୁ
      ଦୁଃଖ କରି ଦିଅ ଦୂର। 
ଶିବମୟ ଏଵେ ଦିଶେ ବାଟ ଘାଟ
    ମନରେ ଜଗାଏ ଭକ୍ତି
ତୁମେ ଆଶୁତୋଷ ଆହେ ଶୂଳଧର
     ଜୀବନକୁ କର ମୁକ୍ତି। 
ଖିର ଠାରୁ ନିରେ ତୁମେ ଯେ ସନ୍ତୁଷ୍ଟ
     ଶ୍ରାବଣର ଵାରିଧାରେ
ସେଥିପାଇଁ ବୋଧେ କାଉଡ଼ିଆ ମାନେ
     ଜଳଅଭିଷେକ କରେ। 
ଗଙ୍ଗାକୁ ଧାରଣ କରିଣ ଜଟାରେ
    ହେଲ ତୁମେ ଗଙ୍ଗାଧର
ତଥାପି ଶ୍ରାବଣେ ଚାହିଁ ରହିଥାଅ
     କାଉଡିଙ୍କ ଜଳ ଭାର। 
ପହିଲି ଶ୍ରାବଣେ ଆଜି ସୋମବାର
     ଶିଵାଳୟ ଭକ୍ତ ପୂର୍ଣ୍ଣ
ଶିବ ଭକ୍ତ ଵିନା ଶ୍ରାବଣ ଟା କେଵେ
     ପୂର୍ଣ୍ଣତା ପାଏନା ଜାଣ।।

ପ୍ରଶାନ୍ତ କୁମାର ନାଥ

ଜୁଣଗଡି , ରାଜନଗର , କେନ୍ଦ୍ରାପଡ଼ା

Related posts

ଆଧୁନିକ ଓଡ଼ିଶାର ସ୍ଥପତି ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

କଂଗ୍ରେସ ଦଳରେ ଶତାଧିକ ବିଜେପି ଓ ବିଜେଡି ଦଳର କର୍ମୀ ସାମିଲ

Sunil Chandra Nayak

ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!