ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି, ଧର୍ମଗଡ ପକ୍ଷରୁ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା

ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତା ରେ ୧୦ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ରାଧାମୋହନ ଦାସ , ଆଇନଜୀବି ସଂଯୁକ୍ତା ପଣ୍ଡା, ଥିଆମୁଲ ରାମପୁର ର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ବେହେରା,ଅରେବେଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ବିଚାରପତି ଭାବେ ଯୋଗ ଦେଇଥିଲେ ଏବଂ କୃତୀ ଛାତ୍ର ଛାତ୍ରୀ ଙ୍କୁ ଚୟନ କରିଥିଲେ। ବକୃତା ପ୍ରତିଯୋଗୀତାରେ ପ୍ରତଯୋଗିତାରେ କାଶୀବାହାଲ ସ୍ଥିତ ଗୁରୁଜୀ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ମଧୁସ୍ମିତା ଶଗଡ଼ିଆ ପ୍ରଥମ ସ୍ଥାନ, ଧର୍ମଗଡ ସ୍କୋଲାର ମଡେଲ ସ୍କୁଲର ଶୁଭାଶିଷ ପାତ୍ର ଦ୍ଵିତୀୟ ସ୍ଥାନ ଓ ବ୍ରାହ୍ମଣ ଛେଣ୍ଡିଆ ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟର ଚମ୍ପା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ପରେ ଘୋଷଣା କରାଯିବ। ଏହି ଅବସରରେ ଅନୁଷ୍ଠାନର ପରିଚାଳନା ସମିତିର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଷି ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନ ର ସଦସ୍ୟା ଶ୍ରୀମତୀ ଗୀତା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ମ୍ୟାନେଜର ଦେବରାଜ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ର ପରିଚାଳିକା ନିବେଦିତା ପ୍ରଧାନ, ଶୋଭା ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆସନ୍ତା ଗାନ୍ଧୀ ଜୟନ୍ତୀ ଦିନ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର (ରୋଜି) ଙ୍କ କବିତା ବୋଉ

Sunil Chandra Nayak

ଏନଡିୟୁଜେ ତରଫରୁ ଜଳଛତ୍ର ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!