ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋହିରାଆପଦର ରେ ନୁଆଁଖାଇ ଭେଟଘାଟ କାର୍ଯକ୍ରମ

ଉତ୍କେଲା, ଠ୧/O୯, କେସିଙ୍ଗା ବ୍ଳକ କିକିଆ ଗ୍ରାମପଞ୍ଚାୟତ ଗୋହିରାଆପଦର ଗ୍ରାମରେ ନୁଆଁଖାଇ ଲଗ୍ନ ଅନୁସାରେ ସକାଳ ୧୦:୫୬ ରୁ ୧୧:୧୦ ମଧ୍ୟରେ ପାଳନ କରାଯାଇଥିଲା। ଶ୍ରୀରାମ ମନ୍ଦିର ପୂଜକ ଧନଞ୍ଜୟ ହୋତା ଗାଁର ସମସ୍ତ ଘରକୁ ନୁଆଁ ଧାନର ଚୁଡା ଅନ୍ନ ପ୍ରସାଦ ବାଣ୍ଟିଥିଲେ। ସମସ୍ତ ରୀତିନୀତି ରେ ଘରେ ଘରେ ପୂଜା ଅର୍ଚନା ପରେ ନୂଆଁଖାଇ ପର୍ବ ପାଳନ କରିଥିଲେ I ଗ୍ରାମବାସୀ ସମସ୍ତେ ନୂଆଖାଇ ସାରିଲା ପରେ ଭେଟଘାଟ କାର୍ଯକ୍ରମ ଗାଁ ର ଶ୍ରୀରାମ ମନ୍ଦିର ପ୍ରହରି ମଣ୍ଡପ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କେସିଙ୍ଗା ବିଇଓ ସିମାଞ୍ଚଳ ବୁଦ୍ଧିଆ ଯୋଗଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପୁଜକ ଧନଞ୍ଜୟ ହୋତା ଙ୍କ ଖଞଣୀ ବାଦ୍ୟ ସହ ଗାଁର ଯୁବଗୋଷ୍ଠୀ ନାଚଗୀତ ଖେଳକୁଦ ମାନ କରା ଯାଇଥିଲା। କାର୍ଯ୍ୟକ୍ରମ କୁ ଯଜ୍ଞସେନ ପ୍ରଧାନ, ରାଧାକାନ୍ତ ବୁଦ୍ଦିଆ,କିଶେ।ର ପ୍ରଧାନ,ଖଗେଶ୍ବର ରାଉତ, ଚିନ୍ତାମଣି ନାଗ, ଗୋରେଖ ପ୍ରଧାନ, ନିଳାଞ୍ଚଳ ବୁଧିଆ, ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଥିଲେ ବାଲ୍ମୀକି ବୁଧିଆ, ଓ ବସନ୍ତ କୁମାର ବଗର୍ତ୍ତୀ | ଶେଷରେ ମୁଖ୍ୟ ଅତିଥି ତଥା ଉପସ୍ଥିତ ସମସ୍ତ ଗ୍ରାମବାସି ଙ୍କୁ ଶୁଶିଳ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ସମାପନ କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳବନ୍ଦୀ ଅଞ୍ଚଳର ଦୁଃଖ।। ଜନନୀ ଯନ୍ତ୍ରଣା ର ବିକଳ ଚିତ୍ର : ଗୁହାରି ଶୁଣିବ କିଏ ?

Sunil Chandra Nayak

ନୂଆପଡା ଜିଲ୍ଲାର ଗର୍ଵ ଓ ଗୌରବ ହରିହର ନାଗ, ଆସିଷ୍ଟାଣ୍ଡ ପ୍ରୋଫେସର ଭାବରେ ଉର୍ତ୍ତିଣ୍ଣ

Sunil Chandra Nayak

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧରଣ ବୈଠକ ରାକିକିଆ ଠାରେ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!