ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଚରାପାରା ୩ ପଂଚାୟତରେ ଜଳ ସଙ୍କଟ , ନୂତନରେ ନିର୍ମିତ ବସୁଧା ଯୋଜନା ଲୋକଙ୍କ କାମରେ ଆସୁନି

ପ୍ରକଳ୍ପ ଉଦଘାଟନର ପାଞ୍ଚ ମାସ ପରେ ଦେଖା ଗଲାଣି ସମସ୍ୟା , ଜଳ ଯୋଗାଣ ଠପ

ରାଇଘର ୦୨/୦୯/୨୨ – ପାନୀୟ ଜଳ ଯୋଗାଣର ସୁବିଧା ଲୋକ ମାନଙ୍କୁ ଯୋଗାଇ ଦେବା ଉଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସୀମାନ୍ତ କଚରାପାରା ୩ ପଂଚାୟତ ସଦର ମହକୁମା ଠାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ଥିଲା l ଏହି ପ୍ରକଳ୍ପରୁ ଗ୍ରାମବାସୀ ପାନୀୟ ଜଳର ଆଶା ରଖିଥିଲେ l କିନ୍ତୁ ପ୍ରକଳ୍ପ ନିର୍ମାଣର ପାଞ୍ଚ ମାସ ଅତିକ୍ରମ ସତ୍ତେ କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରିନାହିଁ ଫଳରେ ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ପ୍ରକଳ୍ପ ନିର୍ମାଣ ପରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ୍ ସ୍ଥାପନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l କିନ୍ତୁ ପାଇପ ଗୁଡିକ ଫାଟି ଯିବା ସହ ପ୍ରକଳ୍ପ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ପାରୁନାହିଁ l ପ୍ରକଳ୍ପ ନିର୍ମାଣ ନିମ୍ନ ମାନର ଯୋଗୁଁ ଜଳ ଯୋଗାଣରେ ସମସ୍ୟା ଦେଖା ଦେଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି l ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ଜଳ ଯୋଗାଣ ଆରମ୍ଭ ହୋଇଥିଲା ତେବେ ପ୍ରତିଦିନ ନୁହେଁ ବରଂ ସପ୍ତାହ କୁ ଦୁଇରୁ ତିନି ଦିନ ବନ୍ଦ ରହୁଥିଲା ବର୍ତମାନ୍ ସମୟରେ ଏକ ସପ୍ତାହରୁ ଉର୍ଦ୍ଧ ସମୟ ହେବ ଜଳ ଯୋଗାଣ ସମ୍ପୁର୍ଣ ଠପ୍‌ ହୋଇ ପଡିଛି ଫଳରେ ଜଳ ସମସ୍ୟା ଉତ୍କଟ ହୋଇ ପଡିଛି l ଜଳ ସଂଗ୍ରହ ନିମନ୍ତେ ୫୦୦ ମିଟର ରୁ ଉର୍ଦ୍ଧ ଦୂର କୁ ଯାତାୟତ କରିବାକୁ ପଡ଼ୁଛି l ଏତେ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇ ଅଂଚଳବାସୀ ଜଳ ପାଇଁ ନାନା ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଗ୍ରାମର ଦୁଆ ରାମ ଗଣ୍ଡ,ସନ୍ତୁ ରାମ ଗଣ୍ଡ ଛେଦି ଲାଲ ଗଣ୍ଡ,ପୁନ ରାମ ଗଣ୍ଡ,ସୁଦୂ ଗଣ୍ଡ,ମହନ ଲାଲ୍ ଗଣ୍ଡ,ପରଶୁ ଗଣ୍ଡ,ପ୍ରଭୁଲାଲ୍ ଗଣ୍ଡ,ସାଗାରାମ ଗଣ୍ଡ, ପ୍ରମୁଖ ମହିଳା ପୁରୁଷ ଜଳ ସମସ୍ୟା ଉପରେ ଅଭିଯୋଗ କରିଛନ୍ତି l ପ୍ରତେକ ଘରକୁ ଜଳ ଯୋଗାଣ ହେବା ନିୟମ ରହିଥିବା ବେଳେ ଲୋକଙ୍କ ଘରକୁ ତ ପାଣି ଆସୁନି କି ନିର୍ମାଣଧିନ ଷ୍ଟାଣ୍ଡ ପୋଷ୍ଟ୍ ରେ ମଧ୍ୟ ପାଣି ଆସୁ ନାହିଁ ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ଦେଖିବାକୁ ମିଳିଛି l କଚରାପାରା ୩ ପଂଚାୟତ ରାଇଘର ବ୍ଲକ ସଦରମହକୁମା ଠାରୁ ୩୦ କିଲୋମିଟର ଦୁର ସହ ଛତିଶଗଡ ସୀମାନ୍ତ ଅଂଚଳ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଉଦ୍ୟମରେ ବସୁଧା ଯୋଜନାରେ ଏତେ ବଡ ପ୍ରକଳ୍ପ କଲେ କିନ୍ତୁ ଆରମ୍ଭରୁ ଏହା ଅଚଳ ତେଣୁ କାହା ସ୍ୱାର୍ଥରେ ଏଭଳି ପ୍ରକଳ୍ପ କରାଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ବାରମ୍ବାର ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ଗୁରୁତ୍ବ ଦିଆ ଯାଉନଥିବା ଅଭିଯୋଗ ହୋଇଛି l ଏକ କୋଟି ଟଙ୍କା ଉର୍ଦ୍ଦ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ହୋଇଥିବା ବେଳେ ଲୋକଙ୍କ କାମରେ ଆସୁନି l ଅନ୍ୟପଟେ ମାଓ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ସରକାର ଉନ୍ନୟନ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ପ୍ରକଳ୍ପର ଫାଇଦା ଅଞ୍ଚଳବାସୀ ନେଇ ପାରୁ ନାହାନ୍ତି l ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ରାଇଘର ବ୍ଲକର ବିଭିନ୍ନ ପଞ୍ଚାୟତରେ ଜଳ ଯୋଗାଣ ପ୍ରକଳ୍ପ ଓ ପାଣି ଟାଙ୍କି ନିର୍ମାଣ କରାଯାଇଛି l ପ୍ରକଳ୍ପ ନିର୍ମାଣ ନିମନ୍ତେ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି କିନ୍ତୁ ବିଭାଗ ପକ୍ଷରୁ ଆବଶ୍ୟକ ସ୍ଥଳେ ମରାମତି ମଧ୍ୟ ହେଉନାହିଁ l ଗ୍ରାମାଞ୍ଚଳର ଜନ ସାଧାରଣ ନଦୀ ନାଳରୁ ଦୂଷିତ ପାଣି ସଂଗ୍ରହ କରି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି l ଏହି ଦୂଷିତ ଜଳ ପିଇ ବିଭିନ୍ନ ସମୟରେ ଅନେକ ଲୋକ ଝାଡା ବାନ୍ତି ଆଦିରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି l ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଜଳ ଯୋଗାଣରେ ସମସ୍ୟା ଦେଖା ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଆରମ୍ଭରୁ ଦିନେ ଛଡା ଦିନେ ଚାଲୁ ଥିବା ଏହି ଅଚଳ ହୋଇ ପଡିଥିବା ଜଳ ଯୋଗାଣ ପ୍ରକଳ୍ପ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ କିଭଳି ଏହା ଅବିଳମ୍ବେ କାର୍ଯ୍ୟକ୍ଷମ ହୋଇ ପାରିବ ସେଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଉପଯୋଗୀ ପଦକ୍ଷେପ ନେବାକୁ କଚରାପାରା ୩ ପଂଚାୟତ ଗ୍ରାମବାସୀ ଦାବୀ କରିଛନ୍ତି l ସମସ୍ୟା ସଂପର୍କରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମଧ୍ୟ ଅଭିଯୋଗ କରିଥିବା ଜଣା ପଡିଛି l ସମସ୍ୟା ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପ ଚଲାଇବା ନିମନ୍ତେ କାହାକୁ ଦାଇତ୍ୱ ଦେଇ ନ ଥିବା ଯୋଗୁଁ ସମସ୍ୟା ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପ ଚଲାଇବା ନିମନ୍ତେ କାହାକୁ ଦାଇତ୍ୱ ଦେଇ ନ ଥିବା ଯୋଗୁଁ ସମସ୍ୟା ଦେଖା ଦେଇଛି l ପଞ୍ଚାୟତକୁ ହସ୍ତାନ୍ତର ପରେ ପଂଚାୟତ କତୃପକ୍ଷ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ମୋଟର ଚଲାଇବା ନିମନ୍ତେ ଦାଇତ୍ୱ ଦେବା କଥା ବୋଲି କହିଛନ୍ତି l ଉକ୍ତ ଘଟଣାରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ବୁଲା କୁକୁରଙ୍କ ପ୍ରାଦୁର୍ଭାବ , କୁକୁର କାମୁଡାରେ ୩ ଆହତ

Sunil Chandra Nayak

ରାଇଘର ପୋଲିସ ର କଡାକଡି ଯାଞ୍ଚ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ପ୍ରୀତି ଦରଜ 

Sunil Chandra Nayak

Leave a Comment

error: Content is protected !!