ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାଧୁତା ର ଶପଥ ପାଠ।

ନବରଙ୍ଗପୁର(ମସିହା) ତା ୩୧/୧୦ ଦୁର୍ନୀତି ନିବାରଣ ସପ୍ତାହ- ୨୦୨୨ ପାଳନ ଅବସରରେ ଅଦ୍ୟ ତା ୩୧ ଅକ୍ଟୋବର ୨୦୨୨ ରିଖ ପୂର୍ବାହ୍ନ ୧୧ ଘଟିକାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସମ୍ପର୍କିତ ସାଧୁତାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲା, ବ୍ଲକ ସ୍ତରରେ ଥିବା ପଦାଧିକାରୀ, କର୍ମଚାରୀ ଅଂଶଗ୍ରହଣ କରି ଶପଥ ପାଠ କରିଥିଲେ। ଏଥିରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକ୍ ନିଜ ନିଜ କାର୍ଯ୍ୟାଳୟ ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇ ଶପଥ ପାଠ କରିଥିଲା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୱାନ ସଭାଗୃହରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ ନିର୍ମଳ ନାୟକ, ମୌସୁମୀ ନାୟକ,ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ସ୍ଵର୍ଣ୍ଣ ଲତା ବିଶ୍ୱାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ଦିଲିପ କୁମାର ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଶିଆ ହରିଜନ, ପ୍ରମୁଖ ଯୋଗଦେଇ ସାଧୁତା ର ଶପଥ ପାଠ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ଶପଥ ପାଠ କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କୁ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଦୁର୍ନୀତି ନିବାରଣ ସମ୍ପର୍କିତ ସାଧୂତା ର ଶପଥ ପାଠ କରାଇଥିଲେ। ଦେଶର ଆର୍ଥିକ, ରାଜନୈତିକ, ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ଼ ପ୍ରତି ବନ୍ଧକ, ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟ ନିଷ୍ଠା ରେ ପ୍ରତିବଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କୁ ସମର୍ଥନ କରିବା ଉଚିତ୍ ବୋଲି ଜିଲ୍ଲାପାଳ ଡକ୍ଟର ମିଶ୍ର, ଅଧିକାରୀ, କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିନ ଅବସର ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ର ଶପଥ ପାଠ କରାଇଥିଲେ ଏବଂ ଏହି ଅବସରରେ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା କୁ ବଜାଇ ରଖିବାରେ ସମସ୍ତ ନାଗରିକ ଙ୍କ ପ୍ରମୁଖ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଐତିହସିକ ପୋଡାଗଡ ରେ ନୁଆଖାଇ ଭେଟ୍ ଘାଟ୍

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ମୋ ସ୍ଵପ୍ନ ଓ ଜଣାଣ

Sunil Chandra Nayak

ରାଜପଥ ରକ୍ଷଣାବେକ୍ଷଣ: ଓଡ଼ିଶାକୁ ମିଳିଲା ଆଉ ୧.୪୮ କୋଟି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort