ପାପଡାହାଣ୍ଡି,31/10,ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ବାମନ ମୁଣ୍ଡାଗୁଡ଼ା ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ହୋଇଛି | ତାଙ୍କ ନାମ ଡମୁ ଯାନୀ (14) | ସୂଚନା ଅନୁଯାୟୀ ଡମୁ ସକାଳେ ମକା ଭାଙ୍ଗିବା ପାଇଁ ନିଜ ମା ସହ ଚାଷ ଜମି କୁ ଯାଇଥିଲେ, ମକା ଭାଙ୍ଗିବା ସମୟରେ ଏକ ବିଷ ଧର ସାପ ଡମୁକୁ କାମୁଡି ଦେଇଥିଲା | ଡମୁ ସାପ କାମୁଡିବା ଜାଣି ନପାରି ମକା ଭାଙ୍ଗିବାରେ ବ୍ୟସ୍ତ ରହିଥିଲା | କିଛି ସମୟ ପରେ ସେ ଅଚେତ ହୋଇ ପଡ଼ିଯାଇଥିଲେ | ଜମିରେ କାମ କରୁଥିବା କିଛି ଲୋକଙ୍କ ସାହାଯ୍ୟ ରେ ଘରକୁ ଆଣି ଗ୍ରାମର କିଛି ଯୁବକ ଏକ ବାଇକ ଯୋଗେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଡମୁ ଙ୍କ ମୃତ୍ୟୁ ଘଟିଥିଲା | ଏ ନେଇ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ