ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ନାବାଳକ ମୃତ୍ୟୁ 

ପାପଡାହାଣ୍ଡି,31/10,ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ବାମନ ମୁଣ୍ଡାଗୁଡ଼ା ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ହୋଇଛି | ତାଙ୍କ ନାମ ଡମୁ ଯାନୀ (14) | ସୂଚନା ଅନୁଯାୟୀ ଡମୁ ସକାଳେ ମକା ଭାଙ୍ଗିବା ପାଇଁ ନିଜ ମା ସହ ଚାଷ ଜମି କୁ ଯାଇଥିଲେ, ମକା ଭାଙ୍ଗିବା ସମୟରେ ଏକ ବିଷ ଧର ସାପ ଡମୁକୁ କାମୁଡି ଦେଇଥିଲା | ଡମୁ ସାପ କାମୁଡିବା ଜାଣି ନପାରି ମକା ଭାଙ୍ଗିବାରେ ବ୍ୟସ୍ତ ରହିଥିଲା | କିଛି ସମୟ ପରେ ସେ ଅଚେତ ହୋଇ ପଡ଼ିଯାଇଥିଲେ | ଜମିରେ କାମ କରୁଥିବା କିଛି ଲୋକଙ୍କ ସାହାଯ୍ୟ ରେ ଘରକୁ ଆଣି ଗ୍ରାମର କିଛି ଯୁବକ ଏକ ବାଇକ ଯୋଗେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଡମୁ ଙ୍କ ମୃତ୍ୟୁ ଘଟିଥିଲା | ଏ ନେଇ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି | 

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମାଟ୍ରିକ ପରୀକ୍ଷାରେ ୬୦୦ ନମ୍ବରରୁ ୫୮୦ ନମ୍ବର ରଖିଲେ ଜ୍ଯୋତ୍ସ୍ନାରାଣୀ

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ପୁଣି ଖଟିଆରେ ବୁହାହେଲେ ପ୍ରସୂତି ମହିଳା

Sunil Chandra Nayak

Leave a Comment

error: Content is protected !!