ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିମା ଗାଁ ରେ ଡମ୍ବ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୭/୮- ( ମ ନି ସ  )  କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ କୃଷି ଭିତ୍ତିକ ଗଣପର୍ବ ନୂଆଖାଇକୁ ନେଇ ଉତ୍ସାହର ମାହୋଲ ରହିଥିବା ବେଳେ ଏହି କ୍ରମରେ କୋକସରା ବ୍ଲକ ମହିମା ଗାଁ ଆଦର୍ଶ ଡ଼ମ୍ବ ସମାଜ ପକ୍ଷରୁ ସ୍ଥାନୀୟ ଠାକୁରପଡା ଠାରେ ନୂଆଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଛି l ମହିମା ଆଦର୍ଶ ଡ଼ମ୍ବ ସମାଜର ସଭାପତି ଧୀରେନ୍ଦ୍ର ନାଥ ଠାକୁରଙ୍କ ନେତୃତ୍ୱରେ ସମ୍ପାଦକ ପୁରୁଷୋତ୍ତମ ନାଏକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାଏକ, ରଣଜିତ ମହାନନ୍ଦ ଙ୍କ ପ୍ରୟାସରେ ନୂଆଖାଇ ଭେଟଘାଟ ଆୟୋଜନ ହୋଇଥିଲା । ଇଷ୍ଟଦେବୀ ମା ସମଲେଇ ଙ୍କ ଠାରେ କୁରେଇ ପତରରେ ନୂଆ ଚୁଡା ଏବଂ ନୂଆ ଧାନ ପୂଜା ପାଠ କରିବା ପରେ ସମସ୍ତେ ଏକାଠି ହୋଇ ନବାନ୍ନ ଭକ୍ଷଣ କରିଥିଲେ। ନୂଆଖାଇ ପରେ ସାନ ମାନେ ବଡ଼ ମାନଙ୍କୁ ଜୁହାର କରିଥିବା ବେଳେ ବଡ଼ ମାନେ ଛୋଟ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ପରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ମହିଳାଙ୍କ ମଧ୍ୟରେ ଝୋଟି, ହୁଳହୁଳି, ଯୁବକ ଯୁବତୀ ମାନଙ୍କୁ ନେଇ ହାଣ୍ଡି ଫଟା, ନୃତ୍ୟ ପ୍ରତିଯୋଗିତା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ଆଦର୍ଶ ଡମ୍ବ ସମାଜ ପକ୍ଷରୁ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ପୁରୁସ୍କାର ପ୍ରଦାନ କରିଥିବା ବେଳେ ଡମ୍ବ ସମାଜର ଭୁବନେଶ୍ୱର ନାଏକ, ଲିଙ୍ଗରାଜ ନାଏକ, ଡମ୍ୱରୁଧର ଠାକୁର, ହଳଧର ନାଏକ, ହେମ ନାଏକ, ମହେଶ୍ୱର ନାଏକ, ଜେଜେରାମ ଠାକୁର, ବିଦ୍ୟାଧର ବାଗ ତଥା ଅନ୍ୟାନ୍ୟ କର୍ମ କର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l

Related posts

କଣ୍ଡୁରୀ ଚରଣ ନାୟକ  ଙ୍କ କବିତା ଏଇ ସାଗରର ନୀଳ ଉର୍ମି ମାଳାରେ 

Sunil Chandra Nayak

କବିତା – ମାଆ ବିରଜାଙ୍କ ବିଶେଷ ପାର୍ବଣ

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା – ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!