ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ରଜ କୁଇନ୍

ବାଲେଶ୍ଵର,୧୮/୬/୨୨- ଗତ ତା ୧୩/୬/୨୦୨୨ ରିଖରୁ ତା ୧୬/୬/୨୨ରିଖ ମଧ୍ୟରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ହ୍ଵାଟ୍ସଆପ୍ ଗୃପ୍ ଦ୍ବାରା ରାଜ୍ୟ ସ୍ତରୀୟ ଅନଲାଇନ୍ ଗଳ୍ପ ପ୍ରତିଯୋଗିତା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି, କବୟିତ୍ରୀ, ଲେଖକ, ଲେଖିକା ମାନେ ଦିଆଯାଇଥିବା ଶୀର୍ଷକ- ” ରଜ ” ଉପରେ ଖୁବ୍ ସୁନ୍ଦର ଗଳ୍ପ ଲେଖି ପଠାଇଥିଲେ । ପ୍ରସଙ୍ଗ ସମ୍ବଳିତ ନିର୍ଭୁଲ ଗଳ୍ପ ଗୁଡିକୁ ବିଚାରକୁ ନିଆଯାଇଥିଲା । ସମସ୍ତ ଗଳ୍ପ ଗୁଡିକୁ ସମୀକ୍ଷା କରିଥିଲେ ସୁ ସାହିତ୍ୟିକା ସୁଜାତା ଦାସ ମହାନ୍ତି, କଟକ, ଗାୟତ୍ରୀ ସିଂ, ଅନୁଗୋଳ, ସରସ୍ବତୀ ପଣ୍ଡା, ଯାଜପୁର, ଶିକ୍ଷୟିତ୍ରୀ ସୁନିତା ପରିଡ଼ା, ବାଲେଶ୍ବର । ଏଥିରେ କୁମୁଦିନୀ ପ୍ରିୟଦର୍ଶିନୀ ସାମନ୍ତରାୟ, ଝାରସୁଗୁଡା,ସବିତା ସାହୁ, ଭୁବନେଶ୍ୱର, ରଞ୍ଜିତା ସାହୁ, ଜଗତସିଂହପୁର, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା ଓ ପ୍ରିୟମ୍ବଦା ରାଉତ, ମାଲକାନଗିରି ପ୍ରମୁଖ ଅଂଶ ଗ୍ରହଣ କରି ଆନନ୍ଦ ଅନୁଭବ କରିଥିଲେ । କିନ୍ତୁ ସେଥିମଧ୍ୟରୁ ରଞ୍ଜୁଲତା ପାଢୀ ପ୍ରଥମ, ପ୍ରିୟମ୍ବଦା ରାଉତ, ଦ୍ବିତୀୟ ଓ ପ୍ରିୟଦର୍ଶିନୀ ସାମନ୍ତରାୟ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜ ଅଞ୍ଚଳର ଗୌରବ ବୃଦ୍ଧି କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ପ୍ରକାଶ ଥାଉକି- ରଞ୍ଜୁଲତା ପାଢୀ ୨୦୨୨ ମସିହା ପାଇଁ ରଜ କୁଇନ୍ ସ୍ଥାନ ଅଧିକାର କରିଛନ୍ତି । ତେଣୁ ଚଳିତ ବର୍ଷ ବାର୍ଷିକ ଉତ୍ସବରେ ଉପସ୍ଥିତ ହୋଇ ମଞ୍ଚାସୀନ ଅତିଥି ମାନଙ୍କ ହାତରୁ ରଜ କୁଇନ୍ ଉପହାର ଗ୍ରହଣ କରିବା ପାଇଁ ନିବେଦନ କରାଗଲା । ଅନ୍ୟ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ରହିଲା ।

      ଚଳିତ ବର୍ଷ ଡିସେମ୍ବର ମାସ ୨୫ ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ୩୦ ଗୋଟି ଜିଲ୍ଲାରୁ ମନୋନୀତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେଣୁ ଉତ୍ସବକୁ ଆସିବା ନିମନ୍ତେ ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିବେଦନ କରିଛନ୍ତି । ଚଳିତ ବର୍ଷ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନକୁ ଅଗ୍ରାଧିକାର ଦିଆଯାଉଛି ଏବଂ ବର୍ଷ ଶେଷ ପର୍ଯ୍ୟନ୍ତ ଦିଆଯିବ ମଧ୍ୟ । ଏକଥା ପୂର୍ବରୁ ଆପଣ ମାନଙ୍କୁ ସୂଚନା ମାଧ୍ୟମରେ ଜଣାଇ ଦିଆଯାଇଅଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚକୋଟିଆ ଭୁଞ୍ଜିଆ ଆଦିବାସୀ ଆଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇ ଯାତ୍ରା ପାଳିତ

Sunil Chandra Nayak

ମାନସିକ ଅନଗ୍ରସର ପୁଅ ଗୁପ୍ତ ଧନ ଲୋଭର ବଶବର୍ତ୍ତୀ ହୋଇ ନିଜ ବାପାଙ୍କୁ ବଳୀଦେବା ଉଦ୍ୟମ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ୩୬ ଜିଲ୍ଲାପରିଷଦ ସଭ୍ଯ ପ୍ର।ଥି ଙ୍କର ଭାଗ୍ଯନିର୍ଦ୍ଧରଣ କରୁଛନ୍ତି ୧୦୫୬୧୯୪ ଜଣ ଭୋଟର 

Sunil Chandra Nayak

Leave a Comment

error: Content is protected !!