ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଷାଗୁମୁଡ଼ା ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର ତା ୨୫.୭.୨୦୨୨: କୋଷାଗୁମୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୪ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା ୩୧ ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ଥିଲା। ସେଥିମଧ୍ୟରୁ ଜମିଜମା, ବାର୍ଦ୍ଧକ୍ୟ ଭତ୍ତା, ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା, ରାସ୍ତା ଘାଟ ନିର୍ମାଣ,ମରାମତି, ନିଯୁକ୍ତି, ପ୍ରଧାନମନ୍ତ୍ରୀ ଆବାସ, ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ, ବିଦ୍ୟୁତ୍ ତ୍ରଂସଫର୍ମର ବ୍ୟବସ୍ଥା, କୋଷାଗୁମୁଡ଼ା ରେ ସ୍ମାର୍ଟ୍ ବସଷ୍ଟାଣ୍ଡ ନିର୍ମାଣ, ଆର୍ ଏମ୍ ସି ଷ୍ଟଲ ନବୀକରଣ ଇତ୍ୟାଦି ସଂକ୍ରାନ୍ତୀୟ ଅଭିଯୋଗ ର ଶୁଣାଣି ହୋଇଥିଲା। ଲୋକଙ୍କ ଅଭିଯୋଗ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଶୁଣିବା ସହିତ ଏହାର ତୁରନ୍ତ ଆଶୁ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥି ସହିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଉପସ୍ଥିତ ଥିବା ଦିବ୍ୟାଙ୍ଗ ମାନଙ୍କୁ ଗୋଟିଏ ହଳ ଆଶା ବାଡ଼ି, ଦୁଇଟି ଅନ୍ଧ ବାଡ଼ି, ଆଠୋଟି ତିନି ଚକିଆ ସାଇକେଲ, ପନ୍ଦର ଟି ଚକ ଲଗା ଚୌକି ଇତ୍ୟାଦି ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ବ୍ୟତୀତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,ରତ୍ନାକର ସାହୁ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, କୋଡିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସର୍ବେଶ୍ଵରି ମାଝୀ, ଉପାଧ୍ୟକ୍ଷ ଯୋଗେନ୍ଦ୍ର କୁମାର ସ୍ଵାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ରାଉତ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

 

Related posts

ମାଓବାଦୀ ସଂଗଠନକୁ ସୁଦୃଢ କରିବା ଅଭିଯୋଗ: ୩ ଗିରଫ

Sunil Chandra Nayak

ସଫଳ  ପ୍ରୟୋଗ ,  ବିଏଚ୍ ଆର୍ ସି, ର ଟ୍ୟୁଇଟ୍  ଅବଗତ ପରେ  ଗରିବ ବୃଦ୍ଧାଙ୍କୁ ମିଳିଲା ବିଧବା  ଭତ୍ତା

Sunil Chandra Nayak

କଣ୍ଡୁରୀ ଚରଣ ନାୟକ  ଙ୍କ କବିତା ଏଇ ସାଗରର ନୀଳ ଉର୍ମି ମାଳାରେ 

Sunil Chandra Nayak

Leave a Comment

error: Content is protected !!