ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାରଓ୍ବାଡୀ ଯୁବମଞ୍ଚ ପକ୍ଷରୁ ଅଭିବାଦନ ଓ ସେବା ହର ହର ମହାଦେବ 

ଭବାନୀପାଟଣା:୨୫/୭- ମ.ନୀ.ସ:- ଆଜି 25/07/2022 ସୋମବାର ଭବାନୀପାଟଣା ଶାଖା ମାରୱାଡୀ ଯୁବ ମଞ୍ଚ ପକ୍ଷରୁ ଦୀର୍ଘ ୧୮ କିଲୋମିଟର ଯାତ୍ରା କରୁଥିବା କାଉଡିଆ ଙ୍କ ପାଇଁ  ଛତିଗୁଡା ଶିବ ମନ୍ଦିର ପ୍ରାଙ୍ଗଣରେ  ସେବା କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତଙ୍କ ପାଇଁ ଜଳ, ଚା, ବିସ୍କୁଟ ଏବଂ ଫଳ ଯୋଗାଇ ଦେବା ବ୍ୟବସ୍ଥା ଆୟୋଜନ ହୋଇଥିଲା ଏଥିରେ ୩୫୦ ରୁ ୪୦୦ ଲୋକ ଏହାର ସୁଯୋଗ ନେଇଥିଲେ | ମଞ୍ଚର ଅଧକ୍ଷ ଯୁବା ଯୋଗେଶ ଅଗ୍ରୱାଲ, କୋଷାଧ୍ୟକ୍ଷ ମନୀଷ ଶର୍ମା, ଅମନ ଅଗ୍ରୱାଲ, ଅମନ ଅଗ୍ରୱାଲ (ମୋନୁ) ଏବଂ ବିପୁଲ ଅଗ୍ରୱାଲ ମଞ୍ଚ ପକ୍ଷରୁ ଏହି  ସେବା କାର୍ଯ୍ୟ ପରିଚାଳନା କରିଥିଲେ। ଯୁବା କମଲ କିଶୋର ଅଗ୍ରୱାଲ ଙ୍କୁ ତାଙ୍କର ବିଶେଷ ସହାୟତା ପାଇଁ ମଞ୍ଚ ତରଫରୁ ଯୁବା ଯୋଗେଶ ଅଗ୍ରୱାଲ,ସଚିବ ସୌରଭ ଗୁପ୍ତା, କୋଷାଧ୍ୟକ୍ଷ ଯୁବା ମନୀଷ ଶର୍ମା, ପ୍ରମୁଖ ଅନେକ ଅନେକ ସାଧୁବାଦ ଜଣେଇଛନ୍ତି।

ଭବାନୀପାଟଣା ରୁ କିଷନ୍ କୁମାର ଶର୍ମା ଙ୍କ ରିପୋର୍ଟ

Related posts

ପଶୁ ପକ୍ଷୀଙ୍କ ନିଆରା ପ୍ରେମ ରେ ଢେଙ୍କାନାଳର ପୁଅ ଶୁଭ୍ରାଂଶୁ

Sunil Chandra Nayak

ତୁମୁରା ଠାରେ ସଡ଼କ ଦୁର୍ଘଟଣା, ସାଇକେଲ କୁ ଧକ୍କା ଦେଲା ବାଇକ ଦୁଇ ଚାଳକ ଗୁରୁତର

Sunil Chandra Nayak

ଛତିଶଗଡ଼ରେ ବଢୁଛି _ଓଡ଼ିଶା ଚାଷୀଙ୍କ ଏମ ଏସ୍ ପି ବୃଦ୍ଧି କରିବାରେ ସରକାରଙ୍କ ଚରମ ଅବହେଳା

Sunil Chandra Nayak

Leave a Comment

error: Content is protected !!