ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଚାର ଧାରାର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି

ରାଉରକେଲା/ ରାଉରକେଲାର ସାହିତ୍ୟ – ସଂସ୍କୃତିକୁ ନେଇ ସଦା ଚଳଚଞ୍ଚଳ ଥିବା ଛେଣ୍ଡ୍ ସ୍ଥିତ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ କକ୍ଷରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଉତ୍ସବ ଉତ୍ସାହ ଉଦ୍ଦୀପନା ସହିତ ପାଳିତ ହୋଇଯାଇଛି। ପାଠାଗାର ସଂପାଦକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଗିରିଜା ଗୋସ୍ବାମୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ବୋକାରୋ ଇସ୍ପାତ କାରଖାନାର ସେବା ନିବୃତ ନିର୍ବାହୀ ନିର୍ଦ୍ଦେଶକ ଇଂ. ସନ୍ତୋଷ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ କବି ରାଜୀଵ ପାଣି ଏବଂ ଅନ୍ୟତମ ବକ୍ତା ପାଠାଗାରର ଉପସଭାପତି ବିଭୁତି ଭୂଷଣ ଦାସ ଯୋଗଦେଇ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରି ଉଭୟଙ୍କ ପ୍ରଦର୍ଶିତ ମାର୍ଗ ଆଜି ଆମ ସମାଜ ତଥା ଶାସନ କଳକୁ ବହୁଭାବେ ପ୍ରଭାବିତ କରିଛି ବୋଲି ମତବ୍ୟକ୍ତ କରିଥିଲେ। ସେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ଅବା ମେକ୍-ଇନ-ଇଣ୍ଡିଆ ହେଉ କି ରାଜ୍ୟ ସରକାରଙ୍କ ‘ଫାଇଭ୍-ଟି’ ସବୁରି ମୂଳରେ ସେହି ଦୁଇ ମହାପୁରୁଷଙ୍କ ଆଦର୍ଶ ଓ ଚିନ୍ତାଧାରା ପ୍ରତିଫଳିତ। ସେମାନେ ଜାଳି ଯାଇଥିବା ଆଲୋକ ବର୍ତିକା ଆମକୁ ଯୁଗ ଧରି ପଥ ପ୍ରଦର୍ଶନ କରୁଥିବ ବୋଲି ମତ ରଖିଥିଲେ। ପାଠାଗାରର କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସଂପାଦକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାର ଦ୍ବିତୀୟ ପର୍ଯ୍ୟାୟରେ କବି ନୃସିଂହ ଚରଣ ବିଶ୍ବାଳଙ୍କ ସଭାପତିତ୍ବରେ ଅଙ୍ଗୁର ବାଳା ପରିଡ଼ା ଏବଂ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଗଦାଧର ରଥ, ତ୍ରିଲୋଚନ ସ୍ବାଇଁ, ଅଜୟ କୁମାର ମହାନ୍ତି, ମୀନକେତନ ପଶାୟତ, ପ୍ରଫୁଲ୍ଲ କୁମାର ସାମଲ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ରାଜକୁମାର ମହାନ୍ତି, ବିଶ୍ବନାଥ ଜେନା, ନୃସିଂହ ଚରଣ ବିଶ୍ବାଳ, ଅଙ୍ଗୁର ବାଳା ପରିଡ଼ା ଏବଂ ସୁଶାନ୍ତ କୁମାର ନାୟକ ପ୍ରମୁଖ ଦେଶାତ୍ମବୋଧକ କବିତା ପାଠ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ପାଠାଗାରର କର୍ମକର୍ତ୍ତା ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ହରିଶ୍ଚନ୍ଦ୍ର ଭୂମିଜ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ରବୀନ୍ଦ୍ର କୁମାର ସରାଫ, ଜ୍ଞାନେନ୍ଦ୍ର କୁମାର ରାୟ, ମୁରାରି ପ୍ରଧାନ, ଝୁଲଣ ଜେନା, ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ସହାୟତା କରିଥିବାବେଳେ ଗଗନ ବିହାରୀ ପଟ୍ଟନାୟକ, ନିର୍ମଳ କୁମାର ଆଚାର୍ଯ୍ୟ, ନିରଞ୍ଜନ ସେନାପତି, ବିଜୟ କୁମାର ବରାଳ, ସହାରିୟା ଛୁରା, ଦିଲିପ କୁମାର ପ୍ରଧାନ, ନାରାୟଣ ଚନ୍ଦ୍ର ଜେନା, ଦେବରାଜ ଗଉଡ଼, ଭଗବାନ ପରିଡ଼ା, ଶେଷଦେବ ପଣ୍ଡା ପ୍ରମୁଖ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଅଲିଅଳି ତଅପୋଇ 

Sunil Chandra Nayak

ଯୁବତୀଙ୍କ ଆତ୍ମହତ୍ୟା !

Sunil Chandra Nayak

ନୂଆଁଖାଇ ସଯବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

Sunil Chandra Nayak

Leave a Comment

error: Content is protected !!