ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଛ ରୁ ମହିଳା ଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ, ପୁଲିସ ର ତଦନ୍ତ ଜାରି 

କୋକସରା:୦୩/୧୦(ମ ନି ସ) କୋକସରା ଥାନା ଅନ୍ତର୍ଗତ ଡହଗାଁ ପଞ୍ଚାୟତର ଡହଗାଁ ସାରସମାଲ ରାସ୍ତାର ଗୋଚିଆ ଡ଼ଙ୍ଗର ନିକଟରେ ଜଣେ ମହିଳାର ବେକରେ ଶାଢ଼ୀ ଦେଇ ସନ୍ଦେହ ଜନକ ଅବସ୍ଥାରେ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି l ସକାଳୁ ଲୋକେ ଚାଷଜମିକୁ ଯିବା ସମୟରେ ଦେଖିବାକୁ ପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବ୍ରଜ ମୋହନ ନାଏକ ଓ କୋକସରା ପୋଲିସ କୁ ସୂଚନା ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ମୃତ ମହିଳା ଜଣକ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ଲୁକେଶି କୁଅଁର (୧୯) ଙ୍କ ବୋଲି ଜଣାପଡିଛି । ସେ ଗତ ଦୁଇବର୍ଷ ତଳେ ନୂଆପଡା ଜିଲ୍ଲା ସିଏଲଲଟି ଗ୍ରାମର ହେମନ୍ତ ବେଲଦାର (୨୨) ନାମକ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ l ପରବର୍ତ୍ତୀ ସମୟରେ ପରିବାର ଗୁଜୁରାଣ ମେଣ୍ଟେଇବା ପାଇଁ ଗୋଟିଏ ବର୍ଷ ହେବ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ନିକଟସ୍ଥ ଝାରବନ୍ଧ ପଡା ନିକଟରେ ପଥର ନିର୍ମିତ ଘର କରଣା ସାମଗ୍ରୀ ତିଆରି କରି ବିକ୍ରି କରି ସ୍ଵାମୀ, ଶାଶୁ, ଶ୍ୱଶୁରଙ୍କ ସହ ରହୁଥିଲେ। ତେବେ ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ଅନେକ ସମୟରେ ମଦ ପିଇ ତାର ସ୍ଵାମୀ ମହିଳାଙ୍କୁ ମାଡପିଟ ସହ ଗାଳିଗୁଲଜ କରୁଥିଲା। ତେବେ ସୋମବାର ସକାଳେ ଗୋଚିଆ ଡଙ୍ଗର ନିକଟରେ ଥିବା ଏକ ଆମ୍ବ ଗଛରେ ମହିଳାଙ୍କ ମୃତଦେହ ଠାବ ହୋଇଥିଲା। ଖବର ପାଇ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ମୃତ ମହିଳାଙ୍କ ସ୍ବାମୀ ଓ ଶାଶୁ ଶ୍ଵଶୁରଙ୍କୁ ପଚରାଉଚୁରା କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ତେବେ ପାରିପାର୍ଶ୍ବିକ ଅବସ୍ଥା ଓ ଝୁଲନ୍ତା ମହିଳାଙ୍କ ଶବରେ ରକ୍ତର ଛିଟା ଲାଗି ରହିଥିବା ଦେଖିବା ପରେ ହତ୍ୟା କରି ଆତ୍ମହତ୍ୟାର ରୁପ ଦେଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଓ ପୁଲିସ ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି। କୋକସରା ଥାନା କେଶ ନଂ ୨୦/୨୨ ରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଘଟଣା ସାମ୍ନାକୁ ଆସିବ ବୋଲି ତଦନ୍ତକାରୀ ମହିଳା ପୁଲିସ ଅଧିକାରୀ କୁମାରୀ ସତନାମି ସୁଚନା ଦେଇଛନ୍ତି।

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ପ୍ରୀତିମୟ ଜୀବଧାରା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କବିତା – ହେ ଗୋପୀ ବଲ୍ଲଭ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort