ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଦୋପଦରରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

ଜୟପାଟଣା, ତା-୨୨୵୫୵୨୨  କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ କାଦୋପଦର ଗ୍ରାମରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରଦ୍ୟୂମ୍ନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଭଗବାନ ଶ୍ରୀପର୍ଶୁରାମଙ୍କ ପୂଜା ଅର୍ଚ୍ଚନା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଶିଷ୍ଟ ସମାଜସେବୀ ଜନାର୍ଦନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜୟନ୍ତ କୁମାର ବେହେରା, ହରେକୃଷ୍ଣ ପଣ୍ଡା, ସତ୍ୟ ନାରାୟଣ ପଣ୍ଡା,ମିନା କୁମାରୀ ପଣ୍ଡା, ବିରଞ୍ଚି ମୁଣ୍ଡ, ଶେଷଦେବ ବେହେରା, ହରିହର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।ଜୟପାଟଣା ଅଞ୍ଚଳର ଶତାଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ ।ଏହି ବୈଠକରେ ରଜନୀକାନ୍ତ ଠାକୁରାଣୀଙ୍କୁ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ନୂତନ ସଭାପତି ଭାବେ ମନୋନୀତ କରାଯାଇଥିଲା।ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ସମାଜକୁ ସୁସଂଗଠିତ ଏବଂ ସୁଦୃଢ଼ କରିବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ କିଭଳି ଭାବରେ ବ୍ରାହ୍ମଣ ସମାଜ ସୁସଂଗଠିତ ଏବଂ ସୁଦୃଢ଼ ହେବ ସେଥିପାଇଁ ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ।

ଜୟପାଟଣା ରୁ  ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ।

 

Related posts

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଟୋଟାଲ ଏନର୍ଜି ଲୁବ୍ରିକେଟର ସୋ ରୁମ୍ ଉଦଘାଟିତ

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ସିନ୍ଦୁରା

Sunil Chandra Nayak

ଆଜି ମହାପ୍ରଭୁଙ୍କର ବନକଲଗି ନୀତି, ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ୍ ରହିବ ସାଧାରଣ ଦର୍ଶନ

Sunil Chandra Nayak

Leave a Comment

error: Content is protected !!