ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଦୋପଦରରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

ଜୟପାଟଣା, ତା-୨୨୵୫୵୨୨  କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ କାଦୋପଦର ଗ୍ରାମରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରଦ୍ୟୂମ୍ନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଭଗବାନ ଶ୍ରୀପର୍ଶୁରାମଙ୍କ ପୂଜା ଅର୍ଚ୍ଚନା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଶିଷ୍ଟ ସମାଜସେବୀ ଜନାର୍ଦନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜୟନ୍ତ କୁମାର ବେହେରା, ହରେକୃଷ୍ଣ ପଣ୍ଡା, ସତ୍ୟ ନାରାୟଣ ପଣ୍ଡା,ମିନା କୁମାରୀ ପଣ୍ଡା, ବିରଞ୍ଚି ମୁଣ୍ଡ, ଶେଷଦେବ ବେହେରା, ହରିହର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।ଜୟପାଟଣା ଅଞ୍ଚଳର ଶତାଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ ।ଏହି ବୈଠକରେ ରଜନୀକାନ୍ତ ଠାକୁରାଣୀଙ୍କୁ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ନୂତନ ସଭାପତି ଭାବେ ମନୋନୀତ କରାଯାଇଥିଲା।ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ସମାଜକୁ ସୁସଂଗଠିତ ଏବଂ ସୁଦୃଢ଼ କରିବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ କିଭଳି ଭାବରେ ବ୍ରାହ୍ମଣ ସମାଜ ସୁସଂଗଠିତ ଏବଂ ସୁଦୃଢ଼ ହେବ ସେଥିପାଇଁ ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ।

ଜୟପାଟଣା ରୁ  ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ।

 

Related posts

ତେରେସିଂହାରେ ତ୍ରିନାଥ ମେଳା ଅନୁଷ୍ଠିତ

Sunil Chandra Nayak

ଆଧୁନିକର ଚାକଚକ୍ୟ ଭିତିରେ ହିଜିଯାଉଛି ଆମ ଐତିହ୍ୟ ପରମ୍ପରା ଓ ସଂସ୍କୃତି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନୀରବତା

Sunil Chandra Nayak

Leave a Comment

error: Content is protected !!