ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

କୋକସରା,୨୪/୯-( ମ ନି ସ)  କଳାହାଣ୍ଡି ଅବକାରୀ ବିଭାଗ ଚଡାଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି । ଶୁକ୍ରବାର କଳାହାଣ୍ଡି ଅବକାରୀ ଟିମ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାୟଗଡା କଳାହାଣ୍ଡି ସୀମା ଥୁଆମୂଳ ରାମପୁର ଲାଠିଆଗୁଡା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଛକି ରହିଥିଲେ। ଏହି ସମୟରେ ଏକ ଧଳାରଙ୍ଗର ପିକ ଅପ ଗାଡି ଆସୁଥିବା ବେଳେ ଅବକାରୀ ଟିମ କୁ ଦେଖି ଗାଡି ନ ଅଟକାଇ ଦ୍ରୁତଗତିରେ ଫେରାର ମାରିଥିଲା । ଅବକାରୀ କର୍ମଚାରୀ ଗାଡିକୁ ପିଛା କରିବା ଆରମ୍ଭ କରିଥିଲେ ତେବେ ଗାଡିଟି ଦ୍ରୁତ ବେଗରେ ଆମପାଣି ବିଜୁ ଏକ୍ସପ୍ରେସୱେ ଦେଇ ଯାଉଥିବା ବେଳେ ଘଣ୍ଟିଗୁଡା ନିକଟରେ ପୂର୍ବରୁ ଧର୍ମଗଡ଼ ଅବକାରୀ କର୍ମଚାରୀ ଜଗି ରହିଥିବା ଦେଖି ଡ୍ରାଇଭର ଘଣ୍ଟିଗୁଡା ଦେଇ ସାହାଜଖୋଲ ଜଙ୍ଗଲ ଡୋକାରିଚଞ୍ଚରା ପଟେ ନେଇ ଯାଇଥିଲା ଓ ବାଟରେ ଗାଡିରେ ଥିବା ଗଞ୍ଜେଇ ବସ୍ତା ଗୁଡିକୁ ଜଙ୍ଗଲ ରାସ୍ତାରେ ଫିଙ୍ଗି ଦେଇଥିଲେ। ପିକଅପ ଗାଡି ଟି ଜଙ୍ଗଲର ଶେଷ ପର୍ଯ୍ୟନ୍ତ ଯିବାପରେ ଏକ ପଥର ରେ ପିଟି ହୋଇ ରହିଯିବାରୁ ଗାଡିରେ ରହିଥିବା ଗଞ୍ଜେଇ ଚାଲାଣ କାରୀ ମାନେ ଜଙ୍ଗଲ ରାସ୍ତା ଦେଇ ଫେରାର ମାରିଥିଲେ। ତେବେ ଜଣେ ଅବକାରୀ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଅବକାରୀ କର୍ମଚାରୀ ଜଂଗଲରେ ଫିଙ୍ଗି ଥିବା ଗଞ୍ଜେଇ ବସ୍ତାକୁ ସଂଗ୍ରହ କରିଥିଲେ । ପିକ ଅପ ଗାଡି ,ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ସାନ ପୋଡ଼ାଗୁଡା ଗ୍ରାମର ଚନ୍ଦନ ପୁଝାରି (୩୩) କୁ ଗିରଫ କରି ଜିଲ୍ଲା କାର୍ଯ୍ୟାଳୟକୁ ନେଇଥିଲେ। ଜବତ ଗଞ୍ଜେଇ ୩ କ୍ୱିଣ୍ଟାଲ ୩୩ କେଜି ରହିଥିବା ବେଳେ ଆନୁମାନିକ ମୁଲ୍ୟ ୩୨ ଲକ୍ଷ ଟଙ୍କା ହେବ ବୋଳି ଜଣାପଡିଛି। ଏହି ଚଢ଼ାଉ ରେ ଧର୍ମଗଡ଼ ଅବକାରୀ ଇନିସ୍ପେକ୍ଟର ଲଳିତ ମୋହନ ମିଶ୍ର, ମୋବାଇଲ ୟୁନିଟ ସଦର ଅବକାରୀ ଇନିସ୍ପେକ୍ଟର ସୁଶାନ୍ତ କୁମାର ପ୍ରଧାନ, ସଦର ଓଆଇସି ତିଳକ ରାମ ନାଏକ, ବିଶ୍ୱଜିତ ଆରୁକ, ସବ ଇନ୍ସପେକ୍ଟର ମୋବାଇଲ ୟୁନିଟ ଅଜୟ କୁମାର ନାଏକ, ଏଏସଆଇ ଅଶୋକ କୁମାର ସାହୁ, ବସନ୍ତ କୁମାର ବିଶି ଓ କର୍ମଚାରୀ ସାମିଲ ରହିଥିଲେ।

Related posts

ରଞ୍ଜିତ କୁ ସାହୁ ଙ୍କ କବିତା ଟୋପାଏ ବର୍ଷା

Sunil Chandra Nayak

ଧର୍ମଗଡ ରେ ଆଜି ଠାରୁ ଆରମ୍ଭ ହେଲା ଜଗତ ଜନନୀ ମା ଦୂର୍ଗା ଙ୍କର ନବଦିନାତ୍ମକ ପୁଜା..ସହର ଉତ୍ସବ ମୁଖର

Sunil Chandra Nayak

ଅଂଶୁମାନ ସାହୁ ଙ୍କ କବିତା ସ୍ୱର୍ଗାଦପି ଗରୀୟସୀ

Leave a Comment

error: Content is protected !!