ଜଣାଣ
ମାନଗୋବିନ୍ଦ ସ୍ବାଇଁ
ମନ୍ଦିରେ ଜଳୁଛି ଧୂପ ଦୀପ ବତୀ
ପୂଜା ହୁଏ ମନ୍ତ୍ର ପାଠ
ମନର କଥାକୁ କହୁଛି ବଖାଣି
ପ୍ରଭୁ ଦେଖା ଭଲ ବାଟ।
ସଂସାର ଚଳିବ ବଂଶ ରକ୍ଷା ହବ
ପରିବାର ହବ ଖୁସି
ତୁମେ ଚାହିଁ ଦେଲେ ଖୁସିରେ ରହିବି
କହ ପଦେ କଥା ହସି।
ବଞ୍ଚିବାକୁ ହେଲେ ସଂଗ୍ରାମ କରୁଛି
ସାହା ଟିକେ ପ୍ରଭୁ ହୁଅ
ଦୁଃଖ କଷ୍ଟ ସହି ଆଗକୁ ଯାଉଛି
ପଥେ ସବୁ ଦେଖା ଦିଅ।
ଭୁଲି ନାହିଁ ନାମ ଧରୁଛି ମୁଖରେ
ନିତି ନିତ୍ୟ କର୍ମ କାମ
ତୁମ ନାମ ଧରି କରୁଛି ଭଜନ
ଜଣାଣ ଏ ହରିରାମ।
ହରିରାମ ଶବ୍ଦ କାନରେ ବାଜିଲେ
ଶରୀର ହୁଏ ପବିତ୍ର
ଯାତ୍ରା କଲେ ପ୍ରଭୁ ଶୁଭ ଫଳ ମିଳେ
ଯାତ୍ରା ମୋ ହୁଏ ସ୍ବତନ୍ତ୍ର।
ହରିରାମ ଗାଇ ଆଗକୁ ଆଗକୁ
ପାଦ ମାନ ପଡୁ ଥିବ
କଳସୀ କାଖରେ ପବିତ୍ର ଜଳରେ
ଶୋଭା ଥିବ ଗଉରବ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା