ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ବଡ଼ଦାଣ୍ଡ ମେଳ ଭକ୍ତଙ୍କ ଗହଳି

    ତିନି ରଥେ ପ୍ରଭୁ ଉଭା

ସୁନ୍ଦର ଦିଶୁଛି ବଡ଼ଦାଣ୍ଡ ଆଜି

    ଭକ୍ତ ମେଳେ ପ୍ରଭୁ ଶୋଭା।

ଭଜନ ଜଣାଣ କୀର୍ତ୍ତନ ହେଉଛି

       ନୃତ୍ୟ ଶିଳ୍ପୀ କଳାକାର

ନିଜ କଳାକୃତି ବଖାଣି କହୁଛି

    ଭକ୍ତି ମୋକଳା ଠାକୁର।

ଭକ୍ତ କରି ଭେଟ ଦୂର ଯା ସଂକଟ

       ଜଣାଣ କରି ମୋ ଅଳି

ବୁଝ ମୋର ଦୁଃଖ ଆସୁ ଏବେ ସୁଖ

        ଏତିକି ପାଦେ ମୋ ଅଳି।

ଭକ୍ତ ଆସୁଥାଏ ଭକ୍ତ ଯାଉଥାଉ

     ଏସବୁ ପ୍ରଭୁଙ୍କ ଲୀଳା

ବରଷକେ ଥରେ ବଡ଼ଦାଣ୍ଡେ ଶୋଭା

         ପ୍ରଭୁଙ୍କ ହୁଏ ତ ମେଳା।

ପରସ୍ପର ଭାବ ଭକ୍ତ ଭଗବାନ

     ମୁକ୍ତ ହୁଏ ଦରଶନ

ଜନତା ଆସନ୍ତି ଭକ୍ତି ଭାବ ନେଇ

       ଶାନ୍ତି ରହୁ ବିଶ୍ବ ଜନ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

Sunil Chandra Nayak

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ରୁପ୍ରାର ନୂତନ ପରିଚାଳନା କମିଟି ଗଠନ

Sunil Chandra Nayak

Leave a Comment

error: Content is protected !!