ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଯୁକ୍ତା ସାହୁ ଙ୍କ କବିତା ରଥ,ପଥ,ଜଗନ୍ନାଥ 

ରଥ,ପଥ,ଜଗନ୍ନାଥ 

ଆହେ ଚକାଡୋଳା ନୀଳ କନ୍ଦରିଆ

      ତୁମେ ପରା ଭାବର ଠାକୁର

ମହୋଦଧି କୁଳିଆ ଶିରିକ୍ଷେତ୍ରରେ

     ଭକତରେ ବନ୍ଧା କରୁଣା ସାଗର ।

 ପତିତ ଉଦ୍ଧାର କରିବା ପାଇଁ ତୁମେ

      ଉଡାଇଛ ପତିତପାବନ ବାନା

  ମାନବ ଧର୍ମର ସର୍ବଶ୍ରେଷ୍ଠ ପ୍ରତୀକ

       ଧନ୍ୟ ତୁମ ଚିନ୍ତା ଚେତନା ।

  ସଂସାର ଜନର ଦୁଃଖ ହରଣାର୍ଥେ

        ବିଜେ ପୁରସ୍ତମ କ୍ଷେତ୍ରରେ

  ନେଇ ଭାଈ ଭଉଣୀ ସାଥେ ବସିଅଛ

          ବିଜେ ରତ୍ନ ସିଂହାସନରେ ।

  ବର୍ଷକେ ଥରେ ଆଷାଢ଼ ଦ୍ୱିତୀୟାରେ

           ବିଜେ କର ବଡ଼ ଦାଣ୍ଡକୁ

  ଭାଈ ଭଉଣୀଙ୍କୁ ସାଙ୍ଗରେ ଧରି ପ୍ରଭୁ

          ଘୋଷଯାତ ଲୀଳା କରିବାକୁ ।

   ଜାତି ଅଜାତି ଭେଦ ଭାଵ ଭୁଲି ତୁମେ

            ସଭିଙ୍କୁ କୋଳେଇ ନିଅ 

    ରଥ ଉପରେ ଦେଖିଦେଲେ ଥରେ

            ପାତକ ଦୁରେଇ ଦିଅ ।

     ରଥ,ପଥ, ଜୀଵ, ଶୁନ୍ୟ,ମହାଶୂନ୍ୟ

             ଜଗନ୍ନାଥ ମୟ ସାରା ଗଗନ

      ଏପରି ଦିଅଁ ଦେଖିଛ କେଉଁଠାରେ

             ପ୍ରଭୁ ତୁମର ତୁଳନା ନାହିଁ

       ମହାବାହୁ ବୋଲି ଡାକ ପଡୁଅଛି

             ଲୀଳାମୟ କାଳିଆ ଗୋସାଇଁ ।

      ଭାବକୁ ନିକଟ ଅଭାବକୁ ଦୂର ତୁମେ

              ଭାବ ବିନୋଦିଆ ଠାକୁର

       କର ହେ ଆଶିଷ ପ୍ରଭୁ ଜଗଦୀଶ

               ଜଗତର ଦୁଃଖ ଦୂର କର ।

     

      ସଂଯୁକ୍ତା ସାହୁ

      ରାହାମା , ଜଗତସିଂହପୁର 

Related posts

କୋକସରାରେ ଭାରତ ବନ୍ଦ ପାଳନ

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ରାଇରଙ୍ଗପୁରରେ ରୁଙ୍ଗୁଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡର ଶିଳ୍ପାୟନକୁ ଶତାଧିକ ସଶସ୍ତ୍ର ଆଦିବାସୀଙ୍କ ବିରୋଧ

Sunil Chandra Nayak

Leave a Comment

error: Content is protected !!