ମୟୂରଭଞ୍ଜ – ୧/୧୧/୨୨(ମସିହା) ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଳକର ବଡଦୁନ୍ଦୁ ପଞ୍ଚାୟତର ବଡଦୁନ୍ଦୁ ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ସଂପର୍କ ପଦଯାତ୍ରା ମଙ୍ଗଳବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ବ୍ଳକ ବିଜେଡି ସଭାପତି ସିଦ୍ଧିଲାଲ ହେମ୍ବ୍ରମ, ଜାମଦା ବ୍ଳକ ୧୬ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ବାବୁଲା ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବିଶାଳ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜାମଦା ବ୍ଳକ ବିଜେଡି ପ୍ରଭାରୀ ସ୍ବରୂପ ବେହେରା, ପଶ୍ଚିମ ମୟୂରଭଞ୍ଜ ବିଜେଡି ଉପସଭାପତି ସୁବାଷ ମଣ୍ଡଳ, ଜାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ,ବ୍ଳକ ଉପାଧ୍ଯକ୍ଷା ଲକ୍ଷ୍ମୀ ଟୁଡୁ, ପୂର୍ବତନ ବିଧାୟକ ସାହିବା ଶୁଶିଲ ହାଁସଦା, ୧୭ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡୀ,,ଦୁର୍ଗା ଚରଣ ହେମ୍ବ୍ରମ,ମଟକା ବିରୁଆ,ଜିଲ୍ଲା ସଂପାଦକ ଶ୍ୟାମ ଚରଣ ଦାସ,ଡମନ ମାର୍ଣ୍ଡୀ,ଛାତ୍ର ସଭାପତି ଶିବ ବେହେରା,ଆଫଜଲ ବେଗ, ବ୍ଳକ ବିଜେଡି ମହିଳା ସଭାନେତ୍ରୀ ସତ୍ୟବତୀ ମହାକୁଡ଼,କାର୍ଯ୍ୟକାରୀ ସଭାନେତ୍ରୀ ସାବିତ୍ରୀ ହେମ୍ବ୍ରମ, ପାର୍ବତୀ ବିରୁଆ,ଦୁନ୍ଦୁ ସରପଞ୍ଚ ସୁଖିମଣି ସୋରେନ,ଜାମଦା ସରପଞ୍ଚ ମାଳତୀ କିସ୍କୁ, ଅବସରପ୍ରାପ୍ତ ଶିକ୍ଷକ ସେକ୍ ମୁସ୍ତାଫା, ଭଗବାନ ଚରଣ ହାଁସଦା,ଏମଡି ଭୁଟୋ, ଅଭିମନ୍ୟୁ ସାହୁ,ଚନ୍ଦ୍ର ମୋହନ ସୋରେନ,ହରିଶ ଚନ୍ଦ୍ର ମାରାଣ୍ଡୀ,ଡମାନ ମାରାଣ୍ଡି, ବହଳଦା ବ୍ଳକ ବିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ,ସଚିନ ଦାସ, ଜିଲ୍ଲା ବିଜେଡ଼ି ସଂପାଦକ ପଙ୍କଜ ରାଉତ, ଜିଲ୍ଲା ବିଜେଡ଼ି ସଂପାଦକ ରାଜେନ୍ଦ୍ର ମଲ୍ଲିକ,ଯୁବ ବିଜେଡି ସଭାପତି ପ୍ରବୀର ଦାସ, ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ଜିଲ୍ଲାପରିଷଦ ସଦସ୍ଯା ଭଗବତୀ ମିଶ୍ର,ବହଳଦା ବ୍ଳକ ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ମାର୍ଣ୍ଡୀ, ତୁଙ୍ଗ ଯୁବ ବିଜେଡି ନେତା ରାହୁଲ ଯାଦବ,ଲାଲ ମୋହନ ବାରିକ,ଲକ୍ଷ୍ମଣ ହାଁସଦା,ବାବୁଲା ପାତ୍ର, ଯଦୁନାଥ ମୁର୍ମୁ,ଥ,ମଳୟ ଦାସ , ତ୍ରିଲୋଚନ ମହାକୁଡ଼ଙ୍କ ସମେତ ବହୁ ସଂଖ୍ୟାରେ ଯୁବ ଛାତ୍ର, ମହିଳା, ଶ୍ରମିକ,ଦଳୀୟ କର୍ମକର୍ତ୍ତାବୃନ୍ଦ, ଖଟିଖିଆ ପ୍ରମୁଖ ଶତାଧିକ ସମର୍ଥକ ଯୋଗ ଦେଇ ଏଥିରେ ସକ୍ରିୟ ସହଯୋଗ କରିବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ ।ପ୍ରାରମ୍ଭରେ ବଡଦୁନ୍ଦୁ ଗ୍ରାମ ଛକରୁ ପଦଯାତ୍ରାଟି ବାହାରି ସମଗ୍ର ବଡଦୁନ୍ଦୁ ଗ୍ରାମ ଘରକୁ ଘର ବୁଲି ଗ୍ରାମ ପଡ଼ିଆରେ ପହଞ୍ଚିଥିଲା। ଦଳୀୟ କର୍ମୀବୃନ୍ଦ ଘରକୁ ଘର ନବୀନ ସରକାରଙ୍କ ଯୋଜନାର ସଫଳତାର ବାର୍ତ୍ତା ପହଞ୍ଚାଇଥିଲେ । ନବୀନ ସରକାରଙ୍କ ଯୋଜନାର ସୂଚନାପତ୍ର ବଣ୍ଟନ କରିଥିଲେ । ନବୀନ ସରକାରଙ୍କ ମମତା ଯୋଜନା, ମିଶନ ଶକ୍ତି,କାଳିଆ ଯୋଜନା, ଖାଦ୍ୟ ସୁରକ୍ଷା,ବିଜୁ କୃଷକ ଯୋଜନା,ବିଜୁ ସ୍ବାସ୍ଥ୍ୟ ଯୋଜନା, ଦିବ୍ଯାଙ୍ଗ ଯୋଜନା,କୋଭିଡିର ସଫଳ ମୁକାବିଲା,ମହାବାତ୍ୟା ମୁକାବିଲା, ହରିଶ୍ଚନ୍ଦ୍ର ଯୋଜନା,୫ଟି ,ସ୍କିଲଡ୍ ଇନ୍ ଓଡ଼ିଶା,ଜାଗା ମିଶନ,ବିଶ୍ଵ ସ୍ତରୀୟ କ୍ରୀଡା ଯୋଜନା, ସାମାଜିକ ସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ ଯୋଜନା,କ୍ରୀଡାର ବିକାଶ,ବିଶ୍ବ କପ୍ ହକି ଖେଳ ଆୟୋଜନ,ଯୁବ ମହିଳା ବିଶ୍ଵ କପ୍ ଫୁଟବଲ୍ ଆୟୋଜନ ପ୍ରମୁଖ ବହୁ ଜନ କଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଯୋଜନାରେ କିଭଳି ସାମିଲ ହୋଇ ଉପକୃତ ହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା । ଜାମଦା ବ୍ଳକର ସମସ୍ତ ୧୦ ଟି ପଞ୍ଚାୟତରେ ବିଜେଡିର ଜନ ସଂପର୍କ ଯାତ୍ରାକୁ ସଫଳ କରାଇଥିବାରୁ ସମସ୍ତ ନେତୃବୃନ୍ଦ, ଗ୍ରାମବାସୀ , ଛାତ୍ର, ମହିଳା ପ୍ରମୁଖ ସାମିଲ ହୋଇ ସଫଳ କରାଇଥିବାରୁ ସମସ୍ତଙ୍କୁ ବିଜେଡି ସଭାପତି ସିଦ୍ଧିଲାଭ ହେମ୍ବ୍ରମ ଏବଂ ଜିଲ୍ଲାପରିଷଦ ସଦସ୍ୟ ବାବୁଲା ଟୁଡୁ କୃତଜ୍ଞତା ଜଣାଇଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ