ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନ୍ଏମ୍ଓପିଏସ୍ ବ୍ଲକ ଶାଖା ଗଠିତ

କୋକସରା,୨୪/୯-  ( ମ ନି ସ )  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଏନ୍ଏମ୍ଓପିଏସ୍ କମିଟି ଗଠିତ ହୋଇଛି | କୋକସରା ବ୍ଲକର ସମସ୍ତ ସରକାରୀ ବିଭାଗର ଏନପିଏସ କର୍ମଚାରୀଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ଶିକ୍ଷକ ସଙ୍ଘ ହରିପୁର କଟକ ଶାଖା ସଭାପତି ଭୁରିଶ୍ରବା ଜାଲ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ (ଏନ୍ଏମ୍ଓପିଏସ୍) କଳାହାଣ୍ଡି ଜିଲ୍ଲା ସଭାପତି ସାମନ୍ତ ପାଟ୍ଟଯୋଶୀ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ସମ୍ପାଦକ ରାଜକୁମାର ନାଏକ, ମୁଖ୍ୟବକ୍ତା ଜୟପାଟଣା ଏନପିଏସ୍ ଶିକ୍ଷକ ସଂଘ ସଭାପତି ଲଳିତ କୁମାର ନାଏକ, ଅଜିତ କୁମାର ସିଂହ (ସ୍ୱାସ୍ଥ୍ୟ), ରଞ୍ଜନ କୁମାର ହଂସ (ଗ୍ରାମ୍ୟ କୃଷି ଅଧିକାରୀ), ଇଂ ବାପୁନ ବେହେରା (ଜଳସେଚନ), ସୁଧୀର କୁମାର ପଣ୍ଡା (ଏସ ଏସ ଡି ) ପ୍ରମୁଖ ମଞ୍ଚାସିନ ଥିଲେ | ଏନପିଏସ୍ କର୍ମଚାରୀ ସମନ୍ନୟ ସମିତି ତରଫରୁ ଉପସ୍ଥିତ ସମସ୍ତ ବିଭାଗ କର୍ମକର୍ତ୍ତା ସରକାରଙ୍କ ଏନପିଏସ୍ ଯୋଜନାର ଦୃଢ଼ନିନ୍ଦା କରି ଆଗାମୀ ଦିନରେ ଓଡ଼ିଶାରେ ପୁରାତନ ପେନସନ ଯୋଜନା ଲାଗୁ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ମଞ୍ଚାସିନ ରହିଥିବା ସମସ୍ତ ଅତିଥି ମତ ରଖିଥିଲେ | ସି ଆର ସି ସି ସୁବାସ ଚନ୍ଦ୍ର ବାଗ ସଭାର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ସଂଘ ସଭାପତି ସାମନ୍ତ ପଟ୍ଟଯୋଶୀ ନିର୍ବାଚନ ପରିଚାଳନା କରିଥିଲେ | ସର୍ବସମ୍ମତି କ୍ରମେ ବିଭିନ୍ନ ସାମ୍ବିଧାନିକ ପଦପଦବୀ ପାଇଁ ସଭାପତି ଭାବେ ଦିପ୍ତୀରଂଜନ ଠାକୁର, ସମ୍ପାଦକ ଭୁବନେଶ୍ୱର ଛତ୍ରିଆ, କୋଷାଧକ୍ଷ ବିଜୟ ଶବର , କାର୍ଯ୍ୟକାରୀ ସଭାପତି ଭାବେ ବାପୁନ ବେହେରା, ଯୁଧିଷ୍ଠିର କର, ଅଜିତ ସିଂ, ରଞ୍ଜନ ହଂସ, ଥବୀର ଧ. ମାଝୀ, ସୁଧୀର ପଣ୍ଡା, ମିଡ଼ିଆ ସେଲ ଭାବେ ରମେଶ ଚନ୍ଦ୍ର ସାହୁ, ବିକାଶ ରଞ୍ଜନ ସାହୁ, କୌଶଲ୍ୟା ନାଏକ , ମଦନ ନାଏକ ମନୋନୀତ ହୋଇଥିଲେ | କୋକସରା ବ୍ଲକ ର ବରିଷ୍ଠ ପ୍ରାଥମିକ ଶିକ୍ଷକ ଲିଙ୍ଗରାଜ ନାଏକ, ବୀରକିଶୋର ନାଗ, ଅମୁଲ୍ୟ ବେହେରା, ଭୋଜରାଜ ଦୁର୍ଗା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ | ଏନପିଏସ୍ ଉଚ୍ଚ ବିଦ୍ୟାଳୟ କୋକସରା ବ୍ଲକ ସଭାପତି ବୁଧିରାମ ନାଏକ ମନୋନୀତ ସମସ୍ତ ନୂତନ ବ୍ଲକ କର୍ମକର୍ତ୍ତା ଏନ୍ଏମ୍ଓପିଏସ୍ କର୍ମକର୍ତ୍ତାଙ୍କୁ ଜିଲ୍ଲା ସଭାପତିଙ୍କ ଦ୍ବାରା ଶପଥ ପାଠ କରାଯାଇଥିଲା | ଶେଷରେ ଲୋକନାଥ ଶବର ଧନ୍ୟବାଦ ଅର୍ପଣ କରିଥିଲେ |

Related posts

ଅବକାରୀ ବିଭାଗ ଦ୍ୱାରା ସୁଦୃକୁମ୍ପା ଅଞ୍ଚଳ ରୁ ୮କୁଇଣ୍ଟାଲ ମହୁଲ ଫୁଲ ଜବତ

Sunil Chandra Nayak

ପୂର୍ବ ଶତ୍ରୁତା କାଳ ହେଲା – ଗରମ ତେଲ ପଡ଼ି ମହିଳା ଗୁରୁତର , ଜଣେ ଗିରଫ

Sunil Chandra Nayak

ପ୍ରଥମ ବର୍ଷା – ଅସ୍ଥାୟୀ ପୋଲକୁ ଧୋଇ ନେଲା

Leave a Comment

error: Content is protected !!