ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ୍ ଚାପା ରେ  ଦାଦନ ଶ୍ରମିକଙ୍କ ମୃତ୍ୟୁ , ଗାଁ କୁ ଫେରିଲା ଶବ , କରାଗଲା ଅନ୍ତିମ ସଂସ୍କାର

ଭବାନୀପାଟଣା: ୨୭/୧୧ – (ମ.ନି.ସ) :- ସରକାରଙ୍କ ଯୋଜନା ଫେଲ୍, ଦାଦନ ସମସ୍ୟା ବୃଦ୍ଧି, ଦାଦନ ରୋକିବାରେ ସରକାର ଅସମର୍ଥ, ଲୋକ ନିଜ ଭିଟାମାଟିରେ କାମ ନ ପାଇ ବାହାର ରାଜ୍ଯକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଥିବା ଅଭାବନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି ଆଉ ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ତା ବ୍ଳକ ଠାରେ। ସୂଚନା ଅନୁସାରେ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ତା ବ୍ଳକ ସ୍ଥିତ ଚହଗାଁ ଗ୍ରାମପଞ୍ଚାୟତ ଧଅଁରା ମାଲ ଗ୍ରାମର ଯାଦବ ବାଗଙ୍କ ପୁଅ ବିକାଲ ବାଗ (୪୮) ନିଜ ଗାଁରେ କାମ ନପାଇ ପରିବାର ପ୍ରତିପୋଷଣ ଉଦ୍ଦେଶ୍ୟ ନେଇ ଆନ୍ଦ୍ର ପ୍ରଦେଶ୍ ର ଅନନ୍ଦାପାଲିରେ ଦିନମଞ୍ଜୁରିଆ ଭାବରେ ରାସ୍ତା କାମ କରୁଥିଲେ। ସେ ଚଳିତ ମାସ ୨୫/୧୧/୨୦୨୨ ତାରିଖ ଅପରାହ୍ନ ୨ଘଣ୍ଟା ୪୫ ମନିଟ୍ ସମୟରେ ଦେବରପାଲି ଟୋଲ ଗେଟ ସାମନାର ଏନଏଚ୍ ରୋଡରେ ପାରିହେବା ସମୟରେ ଏକ ଟ୍ରକ୍ ଧକ୍କାରେ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ତାଙ୍କ ଶବ ନିଜ ଗ୍ରାମକୁ ଫେରିଥିଲା ଆଜି ଯଥା ୨୭/୧୧/୨୦୨୨ ତାରଖ ରବିବାର ଦିନ ଶବ ଦାହ କରାଯାଇଛି। ତାଙ୍କର ୩ ଟି ଝିଅ ଓ ୧ ଟି ପୁଅ ରହିଛନ୍ତି। ଏହି ପରିବାର ଅତ୍ଯନ୍ତ ଗରିବ ହୋଇଥିବାବେଳେ ରୋଜଗାରିଆ ପୁଅକୁ ହରାଇ ତାଙ୍କ ପରିବାର ବର୍ଗ ମର୍ମାହତ ହୋଇପଡିଛନ୍ତି। ତେବେ ତାଙ୍କର ପରିବାର ଅତ୍ୟନ୍ତ ଗରିବ ଏମାନେ ଚଳିବେ କେମିତି ସେନେଇ ଅନେକ ପ୍ରଶ୍ନ ହେଉଛି। ଅନ୍ଯ ପକ୍ଷରେ ସରକାର କହୁଛନ୍ତି ଯେ ମାଁକୁ ସମ୍ମାନ ଗାଁକୁ କାମ ଏହି ସ୍ଲୋଗାନ ମିଥ୍ଯା ପ୍ରତିଶ୍ରୁତି ଛଡା ଆଉ କିଛି ନାହିଁ। ଏହିଭଳି ଅନେକ ଗରିବ ପରିବାର କୁ ସରକାର ପ୍ରହସନ ଭକୁଆ ସଜେଇ ଚାଲୁଛନ୍ତି। ଗରିବ ଯୋଜନା ଯୋଜନ ଯୋଜନ ଦୂରକୁ ଚାଲିଯାଉଛି। ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ଦାଦନ ସମସ୍ୟା ଦିନକୁ ଦିନ ହୁତହୁତ ଭାବରେ ବୃଦ୍ଧି ପାଇବା ସହିତ ଦାଦନ ଯାଇ ଶବ ହୋଇ ଫେରିବା ଘଟଣା ଅତି ନିନ୍ଦନୀୟ ବୋଲି ବିଭିନ୍ନ ସମୟରେ ଆଲୋଚନା ହେଉଛି। ତେବେ ଏହି ମୃତ୍ୟୁବରଣ କରିଥିବା ଗରିବ ପରିବାର ଙ୍କୁ ତୁରନ୍ତ ସରକାରୀ ସହାୟତା ଗରୁତ୍ବ ଦେଇ ଜରୁରୀ କାଳୀନ ଭାବରେ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଡମ୍ବରୁଧ ପାଣିଗ୍ରାହି ଙ୍କ ରିପୋର୍ଟ 

Related posts

ସମସ୍ୟା ଘେରରେ ଥୁଆମୂଳ ରାମପୁର ବ୍ଳକ, ସମସ୍ୟା ର ସମାଧାନ ହେବ କେବେ ?

Sunil Chandra Nayak

ମୂଷାପାଲି ପଞ୍ଚାୟତ କୁ ମଦମୁକ୍ତ ପାଇଁ କୋକସରା ଥାନାରେ ଦାବୀ ପତ୍ର ଦେଲେ ମହିଳା ଗୋଷ୍ଠି

ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ କାରାଗାର ଅନ୍ତେବାସୀଙ୍କ ସହ ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ଆଧାରିତ କାର୍ଯ୍ୟକ୍ରମ ପରିବର୍ତ୍ତନ

Sunil Chandra Nayak

Leave a Comment

error: Content is protected !!