ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସରପ୍ରାପ୍ତ ଶିକ୍ଷକଙ୍କ ବୈଠକ

ଢେଙ୍କାନାଳ (ମ ନି ସ)21/11 ନୂତନ ଅନୁଦାନପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ ସଭାପତି ଅମରେନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ସଞ୍ଜୟ କୁମାର ହୋତା ସଭା ର ଆଭିମୁଖ୍ୟ ଆଲୋକପାତ କରିଥିଲେ । ଦୀର୍ଘ ୩୦ ବର୍ଷର ଶିକ୍ଷକତା କରି ମଧ୍ୟ ଶିକ୍ଷା ବିଭାଗ ସେମାନଙ୍କର ଅବସରକାଳୀନ ସୁବିଧା ବ୍ୟବସ୍ଥା କରିନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ବିଗତ ବର୍ଷାକାଳୀନ ବିଧାନସଭା ଅଧିବେଶନରେ ଏ ସଂପର୍କରେ ବିଧାୟକଙ୍କ ଜରିଆରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଭୁବନେଶ୍ୱରଠାରେ ଧାରଣାରେ ବସିଥିଲେ । ମାତ୍ର ସେମାନଙ୍କ ଦାବି ସଂପର୍କରେ ସରକାର କର୍ଣ୍ଣପାତ କରିନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏଥିରେ ଉପସଭାପତି ରୂପମଞ୍ଜରୀ ପଟ୍ଟନାୟକ, ସହସଂପାଦକ ଅଜୟ କୁମାର ଦାସ, କୋଷାଧ୍ୟକ୍ଷ ପବିତ୍ର ମୋହନ ରାଉତ, ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ଦାସଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ରଞ୍ଜନ କୁମାର ବ୍ରହ୍ମା ଙ୍କ ପ୍ରବନ୍ଧ ସ୍ନାନ ପୁର୍ଣିମାର ଦର୍ଶନ

Sunil Chandra Nayak

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

ପୁରପଲ୍ଲୀରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!