ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସରପ୍ରାପ୍ତ ଶିକ୍ଷକଙ୍କ ବୈଠକ

ଢେଙ୍କାନାଳ (ମ ନି ସ)21/11 ନୂତନ ଅନୁଦାନପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ ସଭାପତି ଅମରେନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ସଞ୍ଜୟ କୁମାର ହୋତା ସଭା ର ଆଭିମୁଖ୍ୟ ଆଲୋକପାତ କରିଥିଲେ । ଦୀର୍ଘ ୩୦ ବର୍ଷର ଶିକ୍ଷକତା କରି ମଧ୍ୟ ଶିକ୍ଷା ବିଭାଗ ସେମାନଙ୍କର ଅବସରକାଳୀନ ସୁବିଧା ବ୍ୟବସ୍ଥା କରିନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ବିଗତ ବର୍ଷାକାଳୀନ ବିଧାନସଭା ଅଧିବେଶନରେ ଏ ସଂପର୍କରେ ବିଧାୟକଙ୍କ ଜରିଆରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଭୁବନେଶ୍ୱରଠାରେ ଧାରଣାରେ ବସିଥିଲେ । ମାତ୍ର ସେମାନଙ୍କ ଦାବି ସଂପର୍କରେ ସରକାର କର୍ଣ୍ଣପାତ କରିନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏଥିରେ ଉପସଭାପତି ରୂପମଞ୍ଜରୀ ପଟ୍ଟନାୟକ, ସହସଂପାଦକ ଅଜୟ କୁମାର ଦାସ, କୋଷାଧ୍ୟକ୍ଷ ପବିତ୍ର ମୋହନ ରାଉତ, ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ଦାସଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ବିଶୋଇ ଥାନା ! କାଶିପେଣ୍ଟ ଗାଁ ପାଖ ଏକ ବିଲ ଗାଡିରୁ ମହିଳାଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର 

Sunil Chandra Nayak

କଂଗ୍ରେସ ଅଧକ୍ଷ ପାର୍ଥି ପ୍ରଭାତ ଦାଶ ଙ୍କ ପ୍ରଚାର ଧୂଆଁଧାର

Sunil Chandra Nayak

ରାଇସ ଅନୁଷ୍ଠାନ ତରଫରୁ ନାରାୟଣ ସେବା ଓ ଭଜନ ସମାରୋହ

Sunil Chandra Nayak

Leave a Comment

error: Content is protected !!