ତୁମେ ଆସିଛ ମୌସୁମୀ
ରୀତା ଅପରlଜିତା ମହାନ୍ତି
ତୁମେ ଆସିଛ ମୌସୁମୀ
ସମ୍ବାଦପତ୍ର ଖବର ହେଇଛି
ସତ ତୁମେ ଆସିଛ ମୌସୁମୀ
ପାଦ ରେ ଛମ ଛମ କରି
କଳା ଓଢଣା ଟାଣି
ବିଜୁଳିର ପାଉଁଜି ନାଇ
ଆମ ଗରମ ସହର
ଟିକେ ଥଣ୍ଡା ହେଲାଣି।
ଆଗ ପଡିଆ ରେ ଜମିଛି ପାଣି
ଟୁନା ମୁନା
କାଗଜ ନଉକା
ଭସଉଛନ୍ତି ପାଣିର ସୁଅରେ।
ବେଙ୍ଗ ରାଜା ଗାଇଲାଣି
କେଂ କଟର ଗୀତ।
ମୌସୁମୀ ର ଆଗମନେ
ମୋ ପ୍ରିୟା ମନ
ଆନନ୍ଦରେ ରତ
ବାରମ୍ବାର ବାରମ୍ବାର
କରେ ଫୋନ ଆସିବାକୁ ଘରକୁ।
ଗରମ ଚା ସହ ପିଆଜ
ପକୁଡି ସହ ସେ ମୋ
ଅପେକ୍ଷା ରତ।
ଏ ଦୁସ୍ତ ଚାକିରୀଆ ଜୀବନ
ଅନେକ ମୌସୁମୀ
ଫେରେ ବିନା ସ୍ୱାଗତରେ।
ମିଠା ମାଟିର ମହକ
ବାଜେ ନାକ ପୁଡ଼ାରେ
ତୁମେ ଆସିଛ ନିଦାଘର
ସବୁ ପୀଡ଼ା କମେଇ
ଦେବାକୁ …….।
ତୁମେ ଆସିଛ ସାଜି ଅଭିସାରିକା
ତୁମେ ସବୁବେଳେ
ସବୁ ବର୍ଷ ଆସ ଠିକ ସମୟ ରେ ଆସ ମୌସୁମୀ
ହେଉ ଧରଣୀ
ଆଉ ଆକାଶର ମହା ମିଳନ
ତୁମେ ପ୍ରତ୍ୟେକ ଛିଟା ରେ