ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଯୋଗ ହେଉଛି ଆତ୍ମା ଓ ପରମାତ୍ମା ର ସଂଯୋଗ। ଯୋଗ ମାଧ୍ୟମରେ ଆମ ଶରୀରକୁ ସୁସ୍ଥ ସବଳ ରଖିଥାଉ। ‘କର ଯୋଗ ରୁହ ନିରୋଗ’ ମୂଳମନ୍ତ୍ର ରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ବେହେରା ଆର୍ ଏମ୍ ସି ପଡିଆ ଠାରେ ଅନୁଷ୍ଠିତ ହେଇଯାଇଛି। ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିର ରେ ଯୋଗ ଗୁରୁ ଭାବେ ଲଖିରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶାରିରୀକ ଶିକ୍ଷକ ସୁରେନ୍ଦ୍ର ସାହୁ ଯୋଗଦେଇ ଯୁବକ ମାନଙ୍କୁ ଯୋଗ ଶିଖାଇଥିଲେ। ୩୦ଜଣ ଯୁବକ ଭାଗ ନେଇ ଯୋଗାସନକୁ ଅଭ୍ୟାସ କରିବା ସହ ସୁସ୍ଥ ଜୀବନ ଜାପନ ପାଇଁ ଯୋଗ ନିହାତି ଆବଶ୍ଯକ ଓ ନିତିଦିନ ଅଭ୍ୟାସ ଜାରି ରଖିବୁ ବୋଲି ପ୍ରତିଜ୍ଞା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଭବେଶ ଗଇଁତା, ଭିକାରୀ ଚରଣ ଗୋପାଳ, ଭୁଜବଳ ନାଏକ, ଶୁଶିଲ ଚନ୍ଦ୍ର ନାଗ, ହେମାଲ ବିଶି, ଇଶ୍ବର ବାଣୁଆ ପ୍ରମୂଖ ସହଯୋଗ କରିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାହିତ୍ୟ ଅଗଣା

Sunil Chandra Nayak

ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମ ଦିବସ ପାଳନ

ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୋଷାକ ଓ ଜୋତା

Sunil Chandra Nayak

Leave a Comment

error: Content is protected !!