ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଯୋଗ ହେଉଛି ଆତ୍ମା ଓ ପରମାତ୍ମା ର ସଂଯୋଗ। ଯୋଗ ମାଧ୍ୟମରେ ଆମ ଶରୀରକୁ ସୁସ୍ଥ ସବଳ ରଖିଥାଉ। ‘କର ଯୋଗ ରୁହ ନିରୋଗ’ ମୂଳମନ୍ତ୍ର ରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ବେହେରା ଆର୍ ଏମ୍ ସି ପଡିଆ ଠାରେ ଅନୁଷ୍ଠିତ ହେଇଯାଇଛି। ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିର ରେ ଯୋଗ ଗୁରୁ ଭାବେ ଲଖିରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶାରିରୀକ ଶିକ୍ଷକ ସୁରେନ୍ଦ୍ର ସାହୁ ଯୋଗଦେଇ ଯୁବକ ମାନଙ୍କୁ ଯୋଗ ଶିଖାଇଥିଲେ। ୩୦ଜଣ ଯୁବକ ଭାଗ ନେଇ ଯୋଗାସନକୁ ଅଭ୍ୟାସ କରିବା ସହ ସୁସ୍ଥ ଜୀବନ ଜାପନ ପାଇଁ ଯୋଗ ନିହାତି ଆବଶ୍ଯକ ଓ ନିତିଦିନ ଅଭ୍ୟାସ ଜାରି ରଖିବୁ ବୋଲି ପ୍ରତିଜ୍ଞା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଭବେଶ ଗଇଁତା, ଭିକାରୀ ଚରଣ ଗୋପାଳ, ଭୁଜବଳ ନାଏକ, ଶୁଶିଲ ଚନ୍ଦ୍ର ନାଗ, ହେମାଲ ବିଶି, ଇଶ୍ବର ବାଣୁଆ ପ୍ରମୂଖ ସହଯୋଗ କରିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତେଲକୋଇ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

Sunil Chandra Nayak

ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଏନଡିୟୁଯେ ସାମ୍ବାଦିକଙ୍କ ବୈଠକ

Sunil Chandra Nayak

ଶିଶୁ ମନ୍ଦିର ଠାରେ ସଂକୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!