ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତିକ ଯୋଗଦିବସ ପାଳିତ

ବାଲେଶ୍ବର,୨୧/୬/୨୨- ଆନ୍ତର୍ଜାତିକ ଯୋଗ ଦିବସ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ଖଇରା ବ୍ଲକର ଖଇରା କଲେଜ ଓ କୁପାରୀ ଅମ୍ବିକା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି । କଲେଜ ପରିସରରେ ସଭାପତି ଅରୁଣ କୁମାର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଯୋଗ ଶିକ୍ଷକ ମୁକ୍ତିକାନ୍ଥ ପାଣିଗ୍ରାହୀ ଓ ପ୍ରାଧ୍ୟାପକ ଉମେଶ ଚନ୍ଦ୍ର ନାୟକ, ଅଧ୍ଯାପକ ପ୍ରଦୀପ କୁମାର ପାଣି ପ୍ରମୁଖ ଯୋଗଦେଇ ଯୋଗ ଶିକ୍ଷା ଦେବା ସହିତ ଆନ୍ତର୍ଜାତିକ ଯୋଗ ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଏଥିରେ କଲେଜର ଛାତ୍ରଛାତ୍ରୀ ମାନେ ଯୋଗ ଗୁରୁଙ୍କ ଠାରୁ ଯୋଗ ଶିକ୍ଷା ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧ୍ୟାପକ ହରିହର ପାଣିଗ୍ରାହୀ, ନିରଞ୍ଜନ ପଣ୍ଡା, ଅଧ୍ଯାପିକା ଉଷାବତୀ ନାୟକ, ମହେଶ୍ବର ସାହୁ, ବିମନ ବାରିକ ପ୍ରମୁଖ ପୂର୍ଣ୍ଣସହଯୋଗ କରିଥିଲେ । ସେହିପରି କୁପାରୀ ଅମ୍ବିକା ମନ୍ଦିର ପରିସରରେ ବିଭିନ୍ନ ଅତିଥି ମାନଙ୍କ ଯୋଗଦାନରେ ଆନ୍ତର୍ଜାତିକ ଯୋଗ ଦିବସ ମହାଆଡମ୍ଡର ସହକାରେ ପାଳିତ ହୋଇଯାଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜନରଞ୍ଜନ ପ୍ରଧାନ ଙ୍କ କବିତା ମାଆ ତାରିଣୀ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୁରୁ

ଗ୍ରାମ ବିକାଶ ଶିକ୍ଷା ନିକେତନ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!