ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଶା ଦିଦି ଙ୍କୁ ବିରୋଧ କରି ଅଙ୍ଗନବାଡି କୁ ତାଲା ପକେଇଦେଲେ ମହିଳା ସମିତି ର ସଦସ୍ୟ ମାନେ 

  ରାଇଘର ୨୨/୮ ଆଶା ଦିଦି ଙ୍କୁ ବିରୋଧ କରି ୧୭  ଦିନ ହେଲା ଅଙ୍ଗନବାଡି କୁ ତାଲା ମାରିଦେଲେ ମହିଳା ସମିତି ର ସଦସ୍ୟ  ଫଳରେ ଛୋଟ ଛୋଟ ପିଲା ମାନେ ଯାଇ ପାରୁନାହାନ୍ତି ଅଙ୍ଗନବାଡି କେନ୍ଦ୍ର କୁ,ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜଲାଙ୍ଗପାରା ପଂଚାୟତ ର ଉଦୟପୁର ଡି ଏନ୍ କେ  ଗ୍ରାମ ର ଦୁଇ ନମ୍ବର ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ରେ ଆଶା ପଦବୀ ଖାଲି ଥିବାରୁ  ନୂଆ କରି ଆଶା ଦିଦି ପାଇଁ ବିଜ୍ଞପ୍ତି ବାହାରି ଥିଲା ଏଥିରେ ଗ୍ରାମ ର ଦୁଇ ଜଣ ଆଶାୟୀ ପ୍ରାଥୀ ପକେଇ ଥିଲେ ଜଣେ ହେଲେ ସୁଚିତ୍ରା ଦେ ଆଉ ଜଣେ ରଂଜିତା ହାଲଦାର, ରଂଜିତା ଙ୍କ ଏହି ପଦବୀ ରୁ କଟିଯିବାରୁ ସୁଚିତ୍ରା ଙ୍କୁ ମିଳିଥିଲା ଏହି ଆଶା ପଦବୀ,  ଯିଏ ନୁଆ କରି ଆଶା ଦିଦି ପାଇଛନ୍ତି ସୁଚିତ୍ରା ଦେ ତାଙ୍କ ର ବାହା ହେଇଥିଲା ଛାତ୍ତିଶଗଡ଼ ରେ ଏବଂ ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପରେ ବାପା ଘରେ ଉଦୟପୁର ଗ୍ରାମ ରେ ଆସି ରହିଲେ ତାଙ୍କୁ କେମିତି ଆଶା ଦିଦି ଚାକିରି ମିଳିଲା ଗ୍ରାମ ର ବହୁ ରଂଜିତା ହାଲଦାର ଙ୍କୁ କେମିତି ମିଳିଲା ନାହିଁ ଏହାକୁ ବିରୋଧ କରିଥିଲେ ମହିଳା ମାନେ, ଯଦି ଅସହାୟ ବୋଲି ସୁଚିତ୍ରା ଦେ କୁ ମିଳିଲା ତା  ଠୁ ଆହୁରି ଅସହାୟ ମହିଳା ଅଛନ୍ତି ଗ୍ରାମରେ ବାସବି ବିଶ୍ୱାସ ଯାହା ଙ୍କ ସ୍ୱାମୀ କରୋନା ରେ ମୃତ୍ୟୁ ଘଟିଛି ଦୁଇଟି ଛୋଟ ଛୋଟ ପୁଅ ଝିଅ କୁ ଧରି ପଡି ରହିଛି ଘରେ ଲୋକଙ୍କ ଘରେ କୁଲି କାମ କରେ ଏହି ମହିଳା ଙ୍କୁ ଆଶା ଦିଦି ପାଇଁ ଦାବି କରିଛନ୍ତି ଗ୍ରାମବାସୀ ଏବଂ ମହିଳା ସମିତି ର ସଦସ୍ୟ ମାନେ,ଯେତେଦିନ ଯାଏ ସୁଚିତ୍ରା ଦେ କୁ ଆଶା ଦିଦି ପଦବୀ ରଦ୍ଧ  କରି ବାସବି ବିଶ୍ୱାସ କୁ ଆଶା ଦିଦି ପଦବୀ ଦିଆ ନ ଯାଏ ସେତେଦିନ ଯାଏ ଅଙ୍ଗନବାଡି କେନ୍ଦ୍ର ରୁ ତାଲା ଖୁଲା ଯିବନି ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବ, ଜିଲ୍ଲା ପ୍ରଶାସନ ଏଥିରେ ଯଥାଶୀଘ୍ର ହସ୍ତକ୍ଷେପ କରି  ଏହାର ସମାଧାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ଏ ନେଇ ରାଇଘର ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଙ୍କୁ ପଚାରିବାରୁ ଶିକ୍ଷା ଗତ ଯୋଗ୍ୟତା ସହ ବିଧବା ହୋଇଥିବାରୁ ନିଯୁକ୍ତି ଦିଆଯାଇଥିଲା ଗ୍ରାମବାସୀ ଦେଇଥିବା ଅଭିଯୋଗ କୁ ଖଣ୍ଡନ କରିଥିବା ଦେଖିବାକୁ ମିଳିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଝରିଗୁଡ଼ା ଗ୍ରାମରେ ପୋଲିସ ଉପରେ ଆକ୍ରମଣ ଘଟଣା ରେ ସାତ ଜଣଙ୍କୁ ଗିରଫ କଲା ଡାବୁଗାଁ ପୋଲିସ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆଦର୍ଶବାଦ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!