ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଟବଣା ଶିଶୁ ଉଦ୍ଧାର ପରେ ଥଇଥାନ

ଆନନ୍ଦପୁର -: ଶାଳପଡା ନିୟମିତ ବଜାରରୁ ଏକ ବାଟବଣା ଶିଶୁକୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଛି। ଶିଶୁଟି ବାର ବରଷର ନାବାଳିକା। ସେ ନିଜ ଘରୁ କାହାକୁ କିଛି ନଜଣାଇ ବରଷାରେ ଭିଜି ଭିଜି ଶାଳପଡା ବଜାରରେ ପହଞ୍ଚିଥିଲା। ଏକ ଅପରିଚିତ ଓ କଥାବାର୍ତ୍ତା କିଛି ବୁଝିପାରୁ ନଥିବାରୁ ଏବଂ ତାର ପରିଚୟ କିଛି ନଦେଇ ପାରିବାରୁ ଆଇନଜୀବୀ ଭୁବନେଶ୍ୱର ଯେନା ନାବାଳିକା ଶିଶୁଟିର ସୁରକ୍ଷା ପାଇଁ ଚାଇଲ୍ଡଲାଇନ ର ୧୦୯୮ ଓ ପୋଲିସ ସହାୟତା ନମ୍ବର ୧୧୨ କୁ ସୂଚନା ପ୍ରଦାନ କରିଥିଲେ।ଖବର ପାଇ ଚାଇଲ୍ଡଲାଇନ ର ସଦସ୍ୟ ଭାଗୀରଥି ଦାଶ, ଆନନ୍ଦ ସାହୁ ଏବଂ ସବ ଇନିସପେକ୍ଟର କିଶୋର କୁମାର ନନ୍ଦ ଙ୍କ ନେତୃତ୍ବରେ ୧୧୨ର ଟିମ ଶାଳପଡା ବଜାରରେ ପହଞ୍ଚି ଶିଶୁକୁ ଉଦ୍ଧାର ଓ ଥଇଥାନ ରେ ସହଯୋଗ କରିଥିଲେ। ଆନନ୍ଦପୁର ର ମା ମଙ୍ଗଳା ସେବା ଟ୍ରଷ୍ଟ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ନବ ବସ୍ତ୍ର ପ୍ରଦାନ କରି ଉଦ୍ଧାର କାର୍ଯ୍ୟ ରେ ସହାୟତା କରିଥିଲେ। ଘସିପୁରା ଥାନା ଅଧିକାରୀ ବିକ୍ରମ କେଶରୀ ଭୂୟାଁ ନାବାଳିକା ର ପରିଚୟ ସନ୍ଧାନ କରି ଶିଶୁର ଘର ଜଳନଣ୍ଡା ଅଞ୍ଚଳର ବୋଲି ଜାଣିବା ପରେ ଶିଶୁକୁ ଚାଇଲ୍ଡଲାଇନ ସହାୟତା ରେ ତାହାର ଘରେ ଭାଇ ସୁବାଷ ମୁଣ୍ଡାଙ୍କ ହେପାଜତରେ ଛଡାଯାଇଥିବା ସୂଚନା ମିଳିଛି। ଶିଶୁଟିରମା ଦୀର୍ଘ ୧୦ବର୍ଷ ଓ ବାପା ଦୁଇବର୍ଷ ତଳେ ମୃତ୍ୟୁବରଣ କରିଛନ୍ତି। ଶିଶୁଟିର ସାମାନ୍ୟ ଆନସିକ ଭିନ୍ନକ୍ଷମ ଥିବା ଯୋଗୁଁ ବାଟବଣା ହୋଇଥିଲେ। ତେବେ ଏଭଳି ଅସହାୟ ଶିଶୁଙ୍କ ସୁରକ୍ଷା ଓ ସହାୟତା ପାଇଁ ସଭିଏଁ ଆଗେଇ ଆସିବାକୁ ଓ ଚାଇଲ୍ଡଲାଇନ ର ନିଃଶୁଳ୍କ ଟେଲିଫୋନ ସେବା ୧୦୯୮କୁ ସୁଚନା ଦେବାକୁ ଚାଇଲ୍ଡଲାଇନ ପକ୍ଷରୁ ଅନୁରୋଧ ରଖିଛନ୍ତି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ରାସ୍ତା କଡ଼ରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ 

Sunil Chandra Nayak

ଚକୋଟିଆ ଭୁଞ୍ଜିଆ ଆଦିବାସୀ ଆଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇ ଯାତ୍ରା ପାଳିତ

Sunil Chandra Nayak

ବେହେରା ଗୁଡା ସ୍କୁଲ ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!