ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ବ୍ଲକ ସ୍ତରୀୟ  ଜନଶୁଣାଣୀ ଶିବିର

ନବରଙ୍ଗପୁର (ମ ନି ସ ) ୨୨/୦୮ ନବରଙ୍ଗପୁର ଜିଲ୍ଲା ରାଇଘର ପ୍ଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ  ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୪ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ  ୨୧ଗୋଟି  ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ଥିଲା। ଏଥିରେ ରାସ୍ତା ଘାଟ ନିର୍ମାଣ ଓ ମରାମତି, ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନ ମନ୍ତ୍ରୀ ଆବାସ, ବିଦ୍ୟୁତ୍ ସେବା, ଜମିଜମା ସଂକ୍ରାନ୍ତୀୟ ଇତ୍ୟାଦି ର ଆପତ୍ତି, ଅଭିଯୋଗ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ମୁଖ୍ୟତଃ ମୁନୁଗାଡିହି ଗ୍ରାମର ବିଦ୍ୟାଳୟ କିଛି ଦିନ ପୂର୍ବରୁ ବନ୍ଦ କରିବା ପାଇଁ ନିର୍ଦେଶ ହୋଇଥିଲା ସେହି ବିଦ୍ୟାଳୟ କୁ ପୂନର୍ବାର କିପରି ଖୋଲା ଯିବୋ ଜିଲା ଶିକ୍ଷା ଅଧିକାରୀ ଙ୍କୁ ପଦକ୍ଷେପ ନେବାକୁ କହିଥିଲେ, ଏହା ସହ ଛତାବେଡା ଗ୍ରାମର ବିଦ୍ୟାଳୟରେ ବିଦ୍ୟୁତ ବିଲ ଅଧିକା ଆସିବା ସହ ବିଲ ପ୍ରଧାନଶିକ୍ଷକ ଙ୍କ ନାମରେ ଆସୁଥିବା ଋ ତାହା କିପରି ସମାଧାନ ହେବୋ ବିଭାଗର ଅଧିକାରୀ ଙ୍କୁ ପଦକ୍ଷେପ ନେବାକୁ କହିଥିଲେ ସେହି ମଧ୍ୟରେ ୪୦ ଗୋଟି ବିଦ୍ୟାଳୟ କୁ ପଟା ବଣ୍ଟନ କରିବା ସହ ୭ ଜଣ ଭିନ୍ନକ୍ଷମ ମହିଳା ଓ ପୁରୁଷ ଙ୍କୁ ସାଇକେଲ ପ୍ରଦାନ କରିଥିଲେ l ରାଇଘର ବ୍ଲକ ର କାର୍ଯ୍ୟରତ ଜିଆରଏସ ଦୀନେଶ ହଲବା ଙ୍କ ସ୍ବାସ୍ଥ ପରୀକ୍ଷା ପାଇଁ ତାଂକ ମା ଙ୍କୁ ୧୦ ହଜାର ପ୍ରଦାନ କରିଥିଲେ l ୪ ଜଣ ବିଧବା ଓ ବାର୍ଧକ ଭତା ସେଙ୍ଗ୍ସେନ୍ କରିଥିଲେ  ଏହି ଜନ ଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ, ତହସିଲଦାର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାଇଘରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଜନ ଶୁଣାଣୀ କାର୍ଯ୍ୟକ୍ରମ ପରେ ରାଇଘର ପରୁଆ ଶିବ ପିଠ କୁ ଯାଇଥିଲେ ଓ ସେହି ପିଠ କିପରି ଉର୍ନତି କରଣ ହୋଇ ପାରିବ ନିଜେ ଜିଲାପାଳ ପଦକ୍ଷେପ ନେବିବୋଲି କହିଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଆନନ୍ଦପୁର ବିଜେପି ଯୁବମୋର୍ଚ୍ଚା ସଭାପତି ହେଲେ ସମ୍ବିତ

Sunil Chandra Nayak

ରିଷିଡା କପ ଫୁଟବଲ: ଶୁକ୍ରବାର ସୋନପୁର ଓ ତୁଷୁରା ମଧ୍ୟରେ ପ୍ରଥମ ସେମିଫାଇନାଲ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସବୁଜ ପୃଥିବୀ ଗଢ଼ିବା ଆସ  ଗଛ ଲଗାଇବା ଆସ

Leave a Comment

error: Content is protected !!