Uncategorizedଅପର୍ତ୍ତି ସେଠୀ ଙ୍କ କବିତା ଲଭ୍ ଇଜ୍ ଇଞ୍ଜୁରିୟସ ଟୁ ହେଲ୍ଥ by Sunil Chandra NayakOctober 5, 20220179 Share0 ଲଭ୍ ଇଜ୍ ଇଞ୍ଜୁରିୟସ ଟୁ ହେଲ୍ଥ ଅପର୍ତ୍ତି ସେଠୀ (ରମ୍ୟ ରଚନା) ପିଇବା ଆଗରୁ ଭଲ କରି ଦେଖ ଆଲ୍କହଲ ବୋତଲକୁ, ଟାଣିବା ଆଗରୁ ପଢିନିଅ ଭାଇ ସିଗାରେଟ ଖୋଳଟିକୁ। ଯତ୍ନ ସହକାରେ କମ୍ପାନୀ ଲେଖିଛି ବୈଧାନିକ ସତର୍କତା, କାହିଁକି ରହିଛି ସେହି ସତର୍କତା ମଥାରେ ପୁରାଅ କଥା। ସେହିଭଳି ଯଦି ପ୍ରେମ କରୁଅଛ ସତର୍କବାଣୀକୁ ହେଜ, ନେଡ଼ିଗୁଡ଼ କହୁଣିକୁ ବୋହିଯିବ ହେବ ଖାଲି ଦଅଗଞ୍ଜ। ସ୍ଵାସ୍ଥ୍ୟ ପକ୍ଷେ ଯେହ୍ନେସେ କ୍ଷତିକାରକ ମଦ ସିଗାରେଟ ବିଡ଼ି, ତାହା ଠାରୁ ବେଶୀ ନଷ୍ଟହେବ ସ୍ଵାସ୍ଥ୍ୟ ପ୍ରେମେ ଯଦି ଯିବ ପଡ଼ି। ମଦ୍ୟପାନ କିମ୍ଵା ଧୂମପାନ କଲେ କ୍ଯାନ୍ସର୍ ରୋଗ ହୁଏ, ଲଭ୍ କଲେ ପୁଣି ପ୍ରେମ ରୋଗ ହୁଏ ହୃଦୟକୁ ଜାଳି ଦିଏ। ନିଶାରେ ପଡ଼ିଲେ ସାମାନ୍ୟ ବିଡ଼ିଟି ଆମକୁ ପାଗଳ କରେ, ଲଭ୍ କଲେ ଭାଇ ହୃଦୟକୁ ନିଶ୍ଚେ ଶୀଘ୍ର ସେ ଆଟାକ୍ କରେ। କରେ ଯିଏ ପ୍ରେମ ଖାଲି ନିଏ ନାମ ମିଠା ଲାଗେ ତାକୁ ଖଟା, ଦିନରାତି ସବୁ ଏକାଭଳି ଲାଗେ ଏକ ମାତ୍ର ପ୍ରେମ ଚିନ୍ତା। ହାତରୁ ଟେକାଟି ଖସିଗଲା ପରେ ବୁଦ୍ଧି ବାଟ ଦିଶେ ନାହିଁ, ସେଭଳି ପ୍ରେମରେ ଗୋଡ଼ ଖସିଗଲେ କଚଡା ଖାଇବ ଭାଇ। ପ୍ରେମିକାର ବାଡ଼ି ପଛପଟେ ଖାଲି ବାଇଡଙ୍କ ବିଛୁଆତି, ଭେରି ଡେଞ୍ଜରିୟସ୍ ଅନ୍ଧାର ରାତିରେ ଭୁକୁଥାଏ ଯେବେ କୁତି। ମକରା ଦେଇଛି ଜୋରିମାନା ପୁଣି ଆମ ଗାଆଁ ଫଅଣ୍ଡକୁ, କଳାକାଠ ପଡ଼ି ଗଲାଣି ସେ ପୁଣି କେ ବୁଝେ ତା’ ଅନ୍ତରକୁ? କାଉ ଖାଇଦେଲା ପଣସ ମକରା ମୁଣ୍ଡରେ ଲାଗିଲା ଅଠା, ବ୍ଲେଡ୍ରେ ନିଜ ହାତ ସେ କାଟିଛି କରିକରି ପ୍ରେମ ଚିନ୍ତା। ଲଭ୍ ଏଭଳି ଇଞ୍ଜିରିୟସ୍ ଭାଇ ସବୁଠାରୁ ମାରାତ୍ମକ, ଟିକିଏ କଥାରେ ବୁଦ୍ଧି ହଜିଯାଏ ସାରେ ଜୀବନ ନାଟକ। ପାଳକଣା, କୋରୋ , କେନ୍ଦ୍ରାପଡ଼ା