ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ

       ପ୍ରେମ 

ପ୍ରେମ ବୁଝେନାହିଁ  ପାପ ପୁଣ୍ୟ କିଛି 
    ଲାଭ କ୍ଷତି ମିଳେ କେତେ 
ବୁଝେ ନାହିଁ ସିଏ ପିଲା ବୁଢ଼ା କିଛି 
     ସଭିଙ୍କ ଖୁସିରେ ମାତେ 
ପ୍ରେମ ଏକା ବୁଝେ ହୃଦୟ ଭାଷାକୁ
      ଝୁରେ କେ କାହାକୁ କେତେ 
ପ୍ରେମ ବୁଝେନାହିଁ  …………….୧ 
କିଏ କହେ ତାକୁ ଭରା ଯଉବନ
ଉଛୁଳା ନଈର ଧାର
କିଏ କହେ ତାକୁ ପାଗଳ ବିଳାପ 
ପୁଣି ମନ୍ଦାକିନୀ ଧାର 
କେବେ,ସେ ହସାଏ କେବେ ସେ କନ୍ଦାଏ 
ମିଳନ ବିଚ୍ଛେଦ ସାଥେ
ପ୍ରେମ ବୁଝେନାହିଁ  …………….୨ 
କାହାପାଇଁ ପ୍ରେମ କଳଙ୍କର ଟିକା
       ଜୀବନକୁ ଦିଏ ଜାଳି
କାହାପାଇଁ ପ୍ରେମ ହସର ପସରା
     ଫଗୁଣର ଫୁଲ ଦୋଳି 
ପ୍ରେମ ବିନା ଏଠି ଜୀବନ ଯନ୍ତ୍ରଣା
     ନରକ ସମାନ ସତେ
ପ୍ରେମ ବୁଝେନାହିଁ  ପାପ ପୁଣ୍ୟ କିଛି 
ଲାଭ କ୍ଷତି ମିଳେ କେତେ ………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ନୃସିଂହ ମନ୍ଦିର ପରିଚାଳନା କମିଟି ଜିରିଙ୍ଗିପଡା ପକ୍ଷରୁ ଗହ୍ମାଡିଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ତିନୋଟି ଅସହାୟ ଗରିବ ପରିବାର ମୁହଁରେ ହସ ଫୁଟାଇଲେ ତିନି ଯୁବ ସମାଜ ସେବୀ 

Sunil Chandra Nayak

ବହଳଦା: କଣ ଗ୍ରାମରେ ଖନ୍ଦାମଡା ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!